ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ । ଘଟଣା ଦିନ କ’ଣ ହୋଇଥିଲା ? ଏମାନଙ୍କର ଭୂମିକା କ’ଣ ଥିଲା? ଅନ୍ୟ ଅପରାଧୀଙ୍କ ଭୂମିକା କ’ଣ ଥିଲା ? ଏନେଇ ଡେମୋ ଦେଖାଇଳେ ଦୁଇ ଅଭିଯୁକ୍ତ । ଏନେଇ ହେଲା କ୍ରାଇମ ସିନ କ୍ରିଏସନ। ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣ ପୁର ଗ୍ରାମର ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଗତ ୨୬ ତାରିଖରେ ଗିରଫ ହୋଇ ଜେଲ ଯାଇଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁରତର ସୁମିତ ସିଂ ଓରଫ ସୁନୀଲ ରାଜପୁତ ଓ କବିସୂର୍ଯ୍ୟନଗର ଅଞ୍ଚଳର ମୁକେଶ ସାହୁଙ୍କୁ ଗୋପାଳପୁର ପୋଲିସ ନେଇ ଆଜି ଘଟଣା ସ୍ଥଳରେ କ୍ରାଇମ ସିନ ରିକ୍ରିଏସନ କଲା ।
ଗତକାଲି ରାତିରେ ପୋଲିସ ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି । ୨୫ ତାରିଖ ବିଳମ୍ବିତ ରାତିରେ ପୋଲିସ ସୁଧୀର ହତ୍ୟା ମାମଲା ରେ ସମ୍ପୃକ୍ତ ଥାଇ ଫେରାର ଥିବା ୪ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଆଣୁଥିବା ବେଳେ ରତ୍ନପୁର ଗାଁ ନିକଟରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ପୋଲିସ ଉପରକୁ ଗୁଳି ଫୁଟାଇ ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।