ଓଡ଼ିଆ ନ୍ୟୁଜ୍: ଆସାମ ଜୋରହାଟରେ ହାରିଲେ ଗୌରବ ଗୋଗୋଇ। ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କଠାରୁ ହାରିଲେ ଗୌରବ।ସେ ବିଜେପି ପ୍ରତିପକ୍ଷ ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ଠାରୁ ୨୩, ୧୮୨ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।
୧୪ ରାଉଣ୍ଡ ଗଣନା ପରେ ଜୋରାହାଟରେ ବର୍ତ୍ତମାନର ବିଜେପି ବିଧାୟକ ଥିବା ହିତେନ୍ଦ୍ର ନାଥ ଗୋସ୍ୱାମୀ ୬୯,୪୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସର ଗୋଗୋଇ ୪୬,୨୫୭ ଭୋଟ ପାଇ ପଛରେ ରହିଯାଇଛନ୍ତି।
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇ ଏଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଜୋରହାଟରୁ ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ବିପକ୍ଷରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୋରାହାଟ ଆସନ ଗୌରବଙ୍କ ପାଇ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ବର୍ତ୍ତମାନ ସେ ଏହି ଆସନରୁ ସାଂସଦ ଅଛନ୍ତି। ହେଲେ ପ୍ରଥମ ଥର ପାଇଁ ବିଧାୟକ ଆସନରେ ଲଢ଼ିବା ତାଙ୍କୁ ମହଙ୍ଗା ପଡ଼ିଛି। ଆରମ୍ଭ ତାଙ୍କୁ ବିଫଳତା ମିଳିଛି।