ଓଡ଼ିଆ ନ୍ୟୁଜ୍: ନେପାଳରେ ପୁଣି ତେଜିଲା Gen-Z ବିକ୍ଷୋଭ ଓ ହିଂସା।ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି।ଟେକା, ପଥର ମାଡ଼ରେ ୧୦ ଗୁରୁତର ଆହତ।ନେପାଳର ୧୨ ଜିଲ୍ଲାରେ କର୍ଫ୍ୟୁ କଟକଣା ଲାଗୁ।ଶାନ୍ତି ବଜାୟ ରଖିବାକୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ। ଗିରଫ ବ୍ୟକ୍ତି ହେଲେ ଧନ ବାହାଦୁର ଶ୍ରେଷ୍ଠ ଏବଂ କାଇମୁଦ୍ଦିନ ଆନସାରୀ। ଦୁହେଁ ସିପିଏନ୍-ଇଉଏମଏଲ ପାର୍ଟିରୁ ନିର୍ବାଚିତ ଅଧ୍ୟକ୍ଷ। ବୁଧବାର ସୀମରା ଚୌକରେ ସଂଘର୍ଷ ହୋଇଥିଲା।
ଯୋଜନାବଦ୍ଧ ଆକ୍ରମଣର ଅଭିଯୋଗରେ ସୀମରା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଆଜି ସକାଳୁ ସୀମରା ଅଞ୍ଚଳର ଯୁବକମାନେ ଟାୟାର ପୋଡ଼ି ପ୍ରତିବାଦ କରୁଛନ୍ତି ଏବଂ ସୀମରା-ପଥଲୈୟା ରାଜପଥ ଅବରୋଧ କରିଛନ୍ତି। ବଜାର ଅଞ୍ଚଳ ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଦୋକାନଗୁଡ଼ିକ ବନ୍ଦ ରହିଛି । ଯାନବାହାନ ଚଳାଚଳ ବନ୍ଦ ରହିଛି। ସେହି ଅଞ୍ଚଳରେ ପୁଣି ଥରେ କର୍ଫ୍ୟୁ ଲଗାଯାଇଛି।