ଟ୍ରକ ଚାଳକଙ୍କ ପାଇଁ ଖୁସି ଖବର, ଟ୍ରକରେ ଲାଗିବ ଏସି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଲାଗୁ ହେବାକୁ ଯାଉଥିବା ନିୟମ ଦେଶର ସମସ୍ତ ଟ୍ରକ୍ ଚାଳକଙ୍କୁ ଆଶ୍ୱସ୍ତି ଦେବ ।  ଦେଶର ଟ୍ରକ୍ ଚାଳକଙ୍କ ପାଇଁ ଆସିଛି ଏକ ଖୁସି ଖବର ।୨୦୨୫ରୁ ସମସ୍ତ ଟ୍ରକରେ ଏସି ଲଗାଇବା ପାଇଁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ । ଟ୍ରକ୍ ଚାଳକ ପ୍ରତିଦିନ ୧୨ଘଣ୍ଟାରୁ ଅଧିକ ସମୟ ଡ୍ରିଇଭିଂ ସିଟରେ ବିତାଇଥାନ୍ତି । ଖରା ହେଉଛି କି ବର୍ଷା । ଟ୍ରକ୍ ଚାଳକଙ୍କ ଅଧିକାଂଶ ସମୟ ଟ୍ରକରେ ହିଁ ବିତିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପରିବହନ ମନ୍ତ୍ରୀ ଆସନ୍ତା ୨୦୨୫ରୁ ସବୁ ଟ୍ରକ୍ କ୍ୟାବିନରେ ଏସି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ଦ୍ୱାରା ଖରାରୁ ଟ୍ରକ୍ ଚାଳକଙ୍କୁ ଆଶ୍ୱସ୍ତି ମିଳିବ । ଏବଂ ଦୁର୍ଘଟଣା ବି କମିବ ବୋଲି ଗଡକରୀ କହିଛନ୍ତି । ତେବେ ୨୦୧୬ରେ ପରିବହନ ମନ୍ତ୍ରାଳୟ ପ୍ରଥମଥର ପାଇଁ ଏହି ପ୍ରସ୍ତାବ ଦେଇଥିଲା । ନିତିନ୍ ଗଡକରୀ କହିଥିଲେ, ଅନ୍ୟ ଦେଶରେ ଟ୍ରକ୍ ଚାଳକଙ୍କ ଡ୍ୟୁଟି ସମୟସୀମା ଧାର୍ଯ୍ୟ କରାଯାଇଥାଏ ।

କିନ୍ତୁ ଆମ ଦେଶର ଟ୍ରକ୍ ଚାଳକ ପ୍ରତିଦିନ ୧୨ରୁ ୧୪ଘଣ୍ଟା ଟ୍ରକରେ ବିତାଉଛନ୍ତି । ୪୩ରୁ ୪୭ ଡିଗ୍ରୀ ଖରାରେ ବି ଗାଡି ଚଲାଇଥାନ୍ତି । ତେଣୁ ଆମ ଦେଶର ଡ୍ରାଇଭରଙ୍କ କଥା ଆମେ ଚିନ୍ତା କରିବା ନିହାତି ଆବଶ୍ୟକ ରହିଛି ।

Leave A Reply

Your email address will not be published.