ଲୋକାରଣ୍ୟ ବଡଦାଣ୍ଡ, ଅଂଶୁଘାତର ଶିକାର ହୋଇ ଅନେକ ଭକ୍ତ ମେଡିକାଲରେ ଭର୍ତ୍ତି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗହଳ ଚହଳ ବଡ଼ଦାଣ୍ଡ। ବଡ ଦାଣ୍ଡ ଆଜି ପାଲଟିଛି ଜନ ସମୁଦ୍ର।  ସକାଳ ସାଢେ଼ ୮ ସୁଦ୍ଧା ପୁରୀରେ ଆଦ୍ରତା ଥିଲା ୭୬ ପ୍ରତିଶତ । ତାପମାତ୍ରା ଥିଲା ୩୩.୪ ଡିଗ୍ରୀ ସେଲସିୟସ । ଦିନ ୨ ଟା ବେଳକୁ ବଡ ଦାଣ୍ଡରେ ଭକ୍ତ ଙ୍କ ଗହଳି ପ୍ରବଳ ଜମିଥିଲା। ଅସହ୍ୟ ଖରାକୁ ସହିବା ବହୁ କଷ୍ଟ ଥିଲା ।

ଅନେକ ଲୋକ ଚେତା ଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲକୁ ଅଣାଯାଇ ଚିକିତ୍ସିତ କରାଯାଇଥିଲା ।ତେବେ ରଥ ଟଣାହେବା ପୂର୍ବରୁ ୮୦ ଜଣ ଅଂଶୁଘାତର ଶିକାର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । କର୍ତ୍ୟବରତ ପୋଲିସ୍ ବି ଅଂଶୁଘାତ ର ଶିକାର ହୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି। ସେହିପରି ବଡ ଦାଣ୍ଡରେ ବସିଥିବା ବେଳେ ପାଣି ଯୋଗାଇଥିବା ଗାଡ଼ି କିଛି ମହିଳା ଙ୍କ ଉପରେ ମାଡ଼ି ଯାଇଥିଲା । ଦୁଇ ଜଣଙ୍କର ଗୋଡ଼ ଓ ଜଙ୍ଘ ରେ ଆଘାତ ଲାଗିବା ଯୋଗୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । କେବଳ ଅଂଶୁଘାତ ନୁହେଁ ସମୁଦ୍ର ରେ ଗାଧୋଇବା ବେଳେ କିଛି ଅଘଟଣ ଘଟିଛି । କାହାର ହାତ ଭାଙ୍ଗିଛି ତ କାହାକୁ ଲାଇଫ ଗାର୍ଡ ବଞ୍ଚାଇଛନ୍ତି ।

Leave A Reply

Your email address will not be published.