Google ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ୍, Samsung ସହ ହେବ ଟକ୍କର

0

ଆମେରିକାର ଟେକ୍ କମ୍ପାନୀ ଗୁଗଲ ନିକଟରେ ପିକ୍ସେଲ ୬ ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ଘୋଷଣା କରିଛି । ମାତ୍ର ବର୍ତ୍ତମାନ ଏହାର ବିକ୍ରି ଆରମ୍ଭ ହୋଇନାହିଁ । ମାତ୍ର କମ୍ପାନୀ ଫୋଲ୍ଡେବଲ ସ୍ମାର୍ଟଫୋନ ନିର୍ମାଣ ପାଇଁ ପ୍ରସ୍ତୁତି ଚଳାଇଥିବା ଖବର ମିଳିଛି ।

ପୂର୍ବରୁ ଏକ ସମୟରେ ସାମସଙ୍ଗର ଫୋଲ୍ଡେବଲ ସ୍ମାର୍ଟଫୋନର ଚାହିଦା ଅଧିକ ରହିଥିଲା । ନିକଟରେ ସାମସଙ୍ଗ ଗାଲାକ୍ସି ଜେଡ୍ ଫୋଲ୍ଡ ୩ ଓ ଗାଲାକ୍ସି ଜେଡ୍ ଫ୍ଲିପ ୩ ଲଞ୍ଚ କରିଛି । ଗୁଗୁଲ ‘ପାସପୋର୍ଟ’ କୋଡନେମର ନାମରେ ଫୋଲ୍ଡେବଲ ସ୍ମାର୍ଟଫୋନ ତିଆରି କରୁଛି । ଟିସ୍ପଟର ଇବାନ ବ୍ଲାସଙ୍କ ଅନୁସାରେ, ଗୁଗଲ ବିଗତ ବହୁ ଦିନରୁ ଫୋଲ୍ଡେବଲ ସ୍ମାର୍ଟଫୋନ ଉପରେ କାର୍ଯ୍ୟ କରିଆସୁଛି । ତେବେ ଏବେ ଏହାର ଲଞ୍ଚ ଟାଇମଲାଇନ ସ୍ଥିରୀକୃତ ହୋଇନଥିବା ବେଳେ ଚଳିତ ବର୍ଷ ଏହା ଲଞ୍ଚ କରାଯିବ ବୋଲି ଟିସ୍ପଟର କହିଛନ୍ତି । ଏହି ଫୋଲ୍ଡେବଲ ସ୍ମାର୍ଟଫୋନରେ ଅଣ୍ଡର ଡିସପ୍ଲେ କ୍ୟାମେରା ସେଟଅପ୍ ଦିଆଯିବ । କିଛିଦିନ ପୂର୍ବରୁ ଗୁଗଲର ପିକ୍ସଲ ଫୋଲ୍ଡେବଲ ସ୍ମାର୍ଟଫୋନର ଏକ କଥିତ ବ୍ଲ ପ୍ରିଣ୍ଟ ମଧ୍ୟ ଆସିଥିଲା, ଯାହାକି ଦେଖିବାକୁ ଗାଲାକ୍ସି ଗୋଲ୍ଡ ପରି ଥିଲା । ପିକ୍ସଲ ୬ ପାଇଁ ଆୟୋଜିତ ହୋଇଥିବା ଏକ ଲଞ୍ଚ ଇଭେଣ୍ଟରେ ପିକ୍ସଲ ଫୋଲ୍ଡ ସ୍ମାର୍ଟଫୋନକୁ ଉପସ୍ଥାପିତ କରାଯାଇଥିଲା । ତେବେ ଏହାର ବିକ୍ରି ତାରିଖ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଗୁଗଲ ପକ୍ଷରୁ ବଢ଼ାଯାଇଥିବା ଜଣାପଡ଼ିଛି । ଗୁଗଲ ପିକ୍ସଲ ୬ର ପ୍ରି ବୁକିଂ ଆସନ୍ତା ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହେବ ଓ ୨୮ ତାରିଖରୁ ବିକ୍ରି ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.