ପିଏମ କିଷାନ ଅଧିନରେ ୪୦୦୦ ଟଙ୍କା ପାଇବାର ଶେଷ ସୁଯୋଗ! ଶୀଘ୍ର ଏପରି ଭାବେ କରନ୍ତୁ ରେଜିଷ୍ଟ୍ରେସନ୍

0

କୃଷକମାନଙ୍କ ପାଇଁ ଆସିଛି ଖୁସି ଖବର । ଯଦି ଆପଣଙ୍କୁ ପିଏମ କିଷାନ ଯୋଜନାର ୯ମ କିସ୍ତି ମିଳିନାହିଁ, ତେବେ ଆପଣ ଏବେ ୪୦୦୦ ଟଙ୍କାର ଲାଭ ଉଠାଇପାରିବେ । ଆଗାମୀ ଦିନରେ ପିଏମ କିଷାନ ଯୋଜନା ଅଧିନରେ ମିଳୁଥିବା ଟଙ୍କାକୁ ସରକାରୀ ଦ୍ୱିଗୁଣିତ କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଏହି ଯୋଜନାରେ ଆପଣ ଏବେ ୪୦୦୦ ଟଙ୍କା କିପରି ପାଇପାରିବେ…

ଯେଉଁମାନେ ବର୍ତ୍ତମାନ ସୁଦ୍ଧା ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ନିଜର ରେଜିଷ୍ଟ୍ରେସନ କରିନାହାନ୍ତି, ସେମାନେ ୩୦ ସେପ୍ଟେମ୍ବର ପୂର୍ବରୁ ପିଏମ କିଷାନରେ ରେଜିଷ୍ଟ୍ରେସନ କରି ୪୦୦୦ ଟଙ୍କା ପାଇବାର ଯୋଗ୍ୟ ହୋଇପାରିବେ । କାରଣ ଆପଣଙ୍କ ପାଖରେ ଲଗାତାର ୨ଟି କିସ୍ତି ଅର୍ଥାତ୍ ୪୦୦୦ ଟଙ୍କା ପାଇବାର ସୁଯୋଗ ରହିଛି । ଯଦି ଆପଣଙ୍କ ଆବେଦନ ସ୍ୱୀକାର କରାଯାଏ, ତେବେ ଅକ୍ଟୋବର ବା ନଭେମ୍ବରରେ ଆପଣଙ୍କୁ ୨୦୦୦ ଟଙ୍କା ମିଳିଯିବ । ଏହା ପରେ ଡିସେମ୍ବରରେ ବି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିଯିବ ।

ରେଜିଷ୍ଟ୍ରେସନ୍ ପାଇଁ କ’ଣ ଡକ୍ୟୁମେଣ୍ଟ ଜରୁରୀ ଜାଣନ୍ତୁ:-

୧- ଆପଣଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଥିବା ବାଧ୍ୟତାମୂଳକ, କାରଣ ସରକାର ଡିବିଟି ମାଧ୍ୟମରେ କୃଷକଙ୍କୁ ଟଙ୍କା ଟ୍ରାନ୍ସଫର କରନ୍ତି ।

୨- ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହିତ ଲିଙ୍କ ହେବା ଜରୁରୀ ।

୩- ଆପଣଙ୍କ ପାଖରେ ଆଧାର କାର୍ଡ ରହିବା ବାଧ୍ୟତାମୂଳକ । ଏହା ବିନା ଆପଣ ପିଏମ କିଷାନ ଯୋଜନାର ଲାଭ ଉଠାଇପାରିବେ ନାହିଁ ।

୪- ପିଏମ କିଷାନର ୱେବସାଇଟ୍ pmkisan.gov.in ରେ ନିଜର ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ।

୫- ଆଧାରକୁ ଲିଙ୍କ କରିବା ପାଇଁ Farmer Cornerର ବିକଳ୍ପକୁ ଯାଆନ୍ତୁ ଓ Edit Aadhaar Detailର ଅପସନ୍ ଉପରେ କ୍ଲିକ୍ କରି ଅପଡେଟ୍ କରନ୍ତୁ ।

Leave A Reply

Your email address will not be published.