୧୫ ମାସରେ ଭିଜିଲାନ୍ସ ଜାଲରେ ୧୯୯ ସରକାରୀ ବାବୁ

0

ଓଡ଼ିଆ ନ୍ୟୁଜ୍: ୧୫ ମାସରେ ଭିଜିଲାନ୍ସ ଜାଲରେ ୧୯୯ ସରକାରୀ ବାବୁ।୧୯୯ ଦୁର୍ନୀତିଖୋର ବାବୁଙ୍କୁ ଧରିଲାଣି ଭିଜିଲାନ୍ସ।୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ।ଲାଞ୍ଚନେବା ଅଭିଯୋଗରେ ୧୨୨ଟି ମାମଲା ରୁଜୁ।

ଗତ ୧୫ ମାସରେ ଭିଜିଲାନ୍ସ ହାତରେ ୧୯୯ ଜଣ ସରକାରୀ ବାବୁ ଧରାପଡ଼ିଲେଣି । ୧୯୯ ଦୁର୍ନୀତି ସରକାରୀ ଅଧିକାରୀଙ୍କୁ ଧରିଲାଣି ଭିଜିଲାନ୍ସ। ଗତ ୧୫ ମାସରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ଭିଜିଲାନ୍ସ। ଲାଞ୍ଚ ନେବା ଅଭିଯୋଗରେ ରୁଜୁ ହୋଇଛି ୧୨୨ଟି ମାମଲା। ମୋଟ ୨୦୨ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖି କହିଛନ୍ତି,ଗତ ୫ ବର୍ଷରେ ୩ ହଜାର ୬୬୧ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ୭୨୨ଟି ମାମଲା ତଦନ୍ତାଧୀନ ରହିଛି। ୨୦୨୪ ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ (ତା.୧୫.୦୯.୨୦୨୫ ରିଖ ମଧ୍ୟରେ) ରାଜ୍ୟ ଭିଜିଲାନ୍ସ ବିଭାଗ ୭୭ ଜଣ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଛି। ମୋଟ୍ ୨୦୨.୫୮ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପରି ଜବତ କରିଛି ଭିଜିଲାନ୍ସ।

Leave A Reply

Your email address will not be published.