ଗଣେଶ ପୂଜା ପାଇଁ BMCର ଗାଇଡଲାଇନ୍

0

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା ବି କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଗଣେଶ ପୂଜା ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଗାଇଡଲାଇନ୍ ମୁତାବକ, ପୂଜା ପାଇଁ ମଣ୍ଡପଗୁଡିକୁ କମିସନରେଟ ପୋଲିସଠାରୁ ଅନୁମତି ନେବାକୁ ପଡିବ ।

ଏହା ସହ ଗାଇଡଲାଇନ୍ ଅନୁସାରେ ଆବଦ୍ଧ ପରିବେଶ ମଧ୍ୟରେ ପୂଜା ହେବ । ୪ ଫୁଟର ମୂର୍ତ୍ତି ରହିବା ସହିତ ପୂଜକ ଓ କର୍ତ୍ତାଙ୍କୁ ମିଶାଇ ମୋଟ୍ ୭ ଜଣଙ୍କୁ ପୂଜା ପାଇଁ ଅନୁମତି ଦିଆଯିବ । ମଣ୍ଡପ/ପେଣ୍ଡାଲର ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚତୁର୍ଥ ପଟ ବି ବନ୍ଦ ରହିବ, କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ରହିଛି । ମାସ୍କ ପିନ୍ଧିବା ସହ କୋଭିଡ ଗାଇଡଲାଇନ୍ ମାନିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ସର୍ବସାଧାରଣ ଦର୍ଶନ ନିଷେଧ ରହିଥିବା ବେଳେ ଶୋଭାଯାତ୍ରାକୁ ବାରଣ କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନରେ ୨୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଶିକ୍ଷାନୁଷ୍ଠାନରେ କୌଣସି ଭୋଗି କି ପ୍ରସାଦ ସେବନ ବ୍ୟବସ୍ଥା ହୋଇପାରିବନି । ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ । ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ, ସେମାନଙ୍କୁ ଅନୁମତି ମିଳିବ । ବିସର୍ଜନ ଶୋଭାଯାତ୍ରା ନାହିଁ, କୃତିମ ପୁଷ୍କରିଣୀରେ ବିସର୍ଜନ ହେବ ।

Leave A Reply

Your email address will not be published.