କଇଁଚିରେ ହେଲାନି ବୋଲି ଦାନ୍ତରେ ଫିତା କାଟିଲେ ପାକିସ୍ତାନୀ ମନ୍ତ୍ରୀ

0

ପାକିସ୍ତାନ ହେଉଛି ଏକ ଏପରି ଦେଶ ଯେଉଁଠାରେ ଲୋକ ମାନେ ସବୁବେଳେ କିଛି ଅଜବ କରୁଥାନ୍ତି । ଏଥିରେ ସାଧାରଣ ଲୋକଙ୍କ ବ୍ୟତୀତ ମନ୍ତ୍ରୀ ମାନେ ମଧ୍ୟ ରହିଛନ୍ତି । ସେମାନେ ଅନେକ ସମୟରେ ଏପରି କିଛି କରିବସନ୍ତି ଯାହା ସେମାନଙ୍କୁ ଚର୍ଚ୍ଚାର ବିଷୟକୁ ନେଇଆସେ । ମନ୍ତ୍ରୀ ମାନେ କେତେବେଳେ ସେମାନଙ୍କ ଖରାପ ଇଂରାଜୀକୁ ନେଇ ତ କେତେବେଳେ ଅଜବ ବୟାନକୁ ନେଇ ପୂରା ଦୁନିଆରେ ସମାଲୋଚନାର ଶିକାର ହୁଅନ୍ତି । ଏହି ପରିପ୍ରେକ୍ଷୀରେ କିଛି ଦିନ ହେବ ଇମ୍ରାନ୍ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ଦେଖି ଆପଣ ମାନେ ବି ନହସି ରହିପାରିବେନି ।

ପ୍ରକୃତରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜେଲ ମନ୍ତ୍ରୀ ଫୟାଜ ଅଲ୍ ହସନ୍ ଚୌହାନ୍ ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ସେ ଏକ ଟିଭି ଦୋକାନ ଉଦଘାଟନ କରିବାକୁ ପହଞ୍ଚିଛନ୍ତି ଓ ଉଦଘାଟନୀ ଫିତା କାଟିବା ବେଳେ କଇଁଚିକୁ ଛାଡ଼ି ଦାନ୍ତରେ ଫିତାକୁ ଛିଡାଇବାରେ ଲାଗି ପଡ଼ିଛନ୍ତି । ଏହାକୁ ନେଇ ଏବେ ତାଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଭାଇରାଲ୍ ଭିଡିଓରେ ସେ ପ୍ରଥମେ କଇଁଚିରେ ଫିତା କାଟିବାକୁ ଯାଉଛନ୍ତି ହେଲେ କଇଁଚିରେ କାଟି ନହେବାରୁ ସେ ଦାନ୍ତରେ କାଟିବାକୁ ଲାଗିପଡ଼ୁଛନ୍ତି । ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ହସିବାକୁ ଲାଗିଛନ୍ତି । ଆଉ ଫିତାଟି ଛିଡିବା ପରେ ଦୋକାନ ଭିତରକୁ ଯାଉଛନ୍ତି ।

Leave A Reply

Your email address will not be published.