ବାତ୍ୟା ଭୟ ଭିତରେ ଭୂକମ୍ପରେ ଥରିଲା ଗୁଜୁରାଟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗୁଜରାଟ ଉପକୂଳର ସମୁଦ୍ର  ଅଶାନ୍ତ ହେବାରେ ଲାଗିଛି। ବଡ଼ ବଡ଼ ଲହଡ଼ି ସାଙ୍ଗକୁ ବହୁଛି ତୀବ୍ର ବେଗରେ ପବନ। ତା ସାଙ୍ଗକୁ ମଝିରେ ମଝିରେ ବର୍ଷାର ତାଣ୍ଡବ । ସମୟ ବିତିବା ସହ ସମୁଦ୍ର ଅଧିକ ଭୟଙ୍କର ରୂପ ଧାରଣା କରିବାରେ ଲାଗିଛି । ଗୁଜାରଟ ଆଡକୁ କ୍ଷାପ୍ର ବେଗରେ ମାଡ଼ି ଆସୁଛି ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ବିପର୍ଯ୍ୟୋୟ । ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ମଧ୍ୟଭାଗ ସହିତ ପାକିସ୍ଥାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ଆଜି ସନ୍ଧ୍ୟାରେ  ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଇଛି । ପଶ୍ଚିମ ଦିଗରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି ।

ଲ୍ୟାଣ୍ଡଫଲ ବେଳେ ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟାର ରୂପରେ ରହିଥିବ। ତେଣୁ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହିବ। ସେହିପରି ଅତିରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି । ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ଏଯାଏ ଗୁଜରାଟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରୁ ୪୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୧୮ଟି ଏନଡିଆରଏଫ ଟିମ ମୁତୟନ କରାଯାଇଥିବା ବେଳେ ୧୨ଟି ଷ୍ଟାଣ୍ଡବାଇରେ ରହିଛନ୍ତି।

ଏହି ସମୟରେ ଭିତରେ ଆଜି କଚ୍ଛରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅବଶ୍ୟ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଛି । କିନ୍ତୁ ବାତ୍ୟା ପୂର୍ବରୁ ଏପରି ଝଟକା ସମସ୍ତଙ୍କୁ ଆତଙ୍କିତ କରିଛି । ଗାନ୍ଧିନଗରରେ ଥିବା ଇନଷ୍ଟିଚ୍ୟୁଟ ଅଫ ସେଇସମୋଲୋଜିକାଲ ରିସର୍ଚ୍ଚର ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଜିଲ୍ଲାର ଭାଚାଉ ଠାରୁ ୫ କିମି ଦୂର । ଭୂକମ୍ପ ଝଟକା ଅପରାହ୍ନ ୫.୦୫ରେ ଅନୁଭୂତ ହୋଇଛି । ଏହାର ତୀବ୍ରତା ୩.୫ ଥିବାରୁ ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.