ଭୁବନେଶ୍ବରରେ ଉଦଘାଟିତ ହେଲା ୨୧ ତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା, ଆଜି ଠାରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଚାଲିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଉଦଘାଟିତ ହେଲା ୨୧ ତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା । ଆଜି ଏହାକୁ ଆନୁଷ୍ଠାନିକ ଭାବରେ ହସ୍ତତନ୍ତ ଓ ବୟାନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଉଦଘାଟନ କରିଥିଲେ । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆଜି ଠାରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଏହି ମେଳା କୋଭିଡି କଟକଣା ସହ ଅନୁଷ୍ଠିତ ହେବ । ମେଳାରେ ୨୧୫ ଗୋଟି ଷ୍ଟଲ ଖୋଲାଯାଇଛି । ଏଥି ମଧ୍ୟରୁ ୧୧୫ ଟି ଷ୍ଟଲ ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ । ବାକି ୧୦୦ ଗୋଟି ସ୍କୁଲ ଅନ୍ୟରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଣ୍ଟନ କରାଯାଇଅଛି । ଏହି ମେଳାରେ ଉତ୍ତରପ୍ରଦେଶ , ଜାମ୍ମୁଓକାଶ୍ମିର , ରାଜସ୍ଥାନ , ମଧ୍ୟପ୍ରଦେଶ , ମହାରାଷ୍ଟ୍ର , ପଶ୍ଚିମବଙ୍ଗ , ବିହାର , ଆନ୍ଧ୍ରପ୍ରଦେଶ , ତାମିଲ୍‌ନାଡୁ , କର୍ଣ୍ଣାଟକ , ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା / ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନକୁ ପ୍ରଦର୍ଶିତ କରାଇ ବିକ୍ରିକରିବେ ।

ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧବସ୍ତ ସହ ପଶ୍ଚିମବଙ୍ଗର କାମଦାନି ଓ ଚାଙ୍ଗାଇଲ , ଗୁଜୁରାଟର ପଟୋଲା , ଲକ୍ଷ୍ନୌର ଚିକେନ କାରୀ , ଜାମ୍ମୁ କାଶ୍ମୀରୀର ପଦ୍ମିନା — ସାଇ , ତାମିଲନାଡୁର କାଞ୍ଜିଦରମ ପାଟଶାଢୀ , ଦିଲ୍ଲୀ , ହରିୟାନାର ଫର୍ନିସିଙ୍ଗ୍‌ବସ୍ତ୍ର , ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ଶିକ୍ତ ଶାଢୀ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଏହି ମେଳା ପ୍ରତ୍ୟହ ଦିବା ୧୧.୩୦ ଘଟିକାଠାରୁରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଚାଲିବ। ଏହି ଉଦ୍‌ଘାଟନୀ ଉତ୍ସବରେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ମାନ୍ୟବର ବିଧାୟକ , ଭୁବନେଶ୍ୱର ( ମଧ୍ୟ ) ଓ କମିଶନର ତଥା ଶାସନ ସଚିବ , ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଶ୍ରୀମତୀ ଶୁଭା ଶର୍ମା ଯୋଗ ଦେଇଥିଲେ ।ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ବିତ କରି ଏଥିରେ ସମ୍ପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ , ଓଡ଼ିଶା ସରକାର ଙ୍କ ଏହି ପ୍ରୟାସ ।

Leave A Reply

Your email address will not be published.