କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ: ଶାନ୍ତି ଶୃଙ୍ଖଳାରେ ପୂଜା କରାଯିବାକୁ ଆଲୋଚନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ସ୍ଥିତ ସହିଦ ଭବନରେ ଚଳିତ ବର୍ଷର ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଦୁର୍ଗା ପୂଜା କୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ ସେ ବିଷୟରେ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ବୈଠକରେ ଆଲୋଚନା କରାଯାଇଛି।

ବୈଠକରେ ପୂଜା କମିଟି ଓ ଶାନ୍ତି କମିଟି ର ସଭାପତି ସମ୍ପାଦକ ଙ୍କ ସହିତ ସିଏମସି ର କମିଶନର ନୀଖିଲ ପବନ କଲ୍ୟାଣ, ମେୟର ସୁବାଷ ସିଂ, ଡିସିପି ପିନାକ ମିଶ୍ର, ମହାନଗର ପୂଜା କମିଟିର ସଭାପତି ଓ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ,କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ରାସ୍ତାଘାଟ, ବିଜୁଳି, ଜଳ ଯୋଗାଣ, ଟ୍ରାଫିକ ବ୍ୟବସ୍ଥା, ପୂଜା ଓ ଭାଷାଣି ଉତ୍ସବ କୁ ଶାନ୍ତି ଶୃଙ୍ଖଳା କରାଯିବା, ନଦୀ ମାନଙ୍କୁ ପ୍ରଦୂଷଣ ମୁକ୍ତ ଭଳି ବିଭିନ୍ନ ବିଷୟରେ ବୈଠକରେ ଆଲୋଚନା ସହ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା।

Leave A Reply

Your email address will not be published.