ମହିଳା କର୍ମଚାରୀଙ୍କୁ ନିର୍ଯ୍ୟାତନା; ଥାନାରେ ମାମଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହିଳା କର୍ମଚାରୀଙ୍କୁ ନିର୍ଯ୍ୟାତନା, ଥାନାରେ ମାମଲା | ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଠାରେ ଥିବା ସତ୍ୟ ଫାଇନାନ୍ସ କମ୍ପାନୀରେ ଜଣେ ମହିଳା କର୍ମଚାରୀଙ୍କୁ ଶାଖା ପରିଚାଳକ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ |

ଏ ନେଇ ମହିଳା ଜଣଙ୍କ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଭଦ୍ରକ ଦୋଳସାହି ଅଞ୍ଚଳର ଜଣେ ମହିଳା ସତ୍ୟ ଫାଇନାନ୍ସ ସଂସ୍ଥାରେ କାର୍ଯ୍ୟ କରନ୍ତି। କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ଆଳ ଦେଖାଇ ସଂସ୍ଥାର ଶାଖା ପରିଚାଳକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ |

ଏହା  ସହିତ ତାଙ୍କୁ ଦରମା ନଦେଇ କାମ ଆଦାୟ କରୁଥିଲା | ଶେଷରେ ମହିଳା ଜଣଙ୍କ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |

 

Leave A Reply

Your email address will not be published.