ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଗ୍ରାମ ପରିବେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗାଁରେ ବୁଲିଲା ଅର୍ପଣ ରଥ, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଗ୍ରାମ ପରିବେଶ | ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ପ୍ରତି ଗ୍ରାମରେ ଅର୍ପଣ ରଥ ପରିକ୍ରମା କରୁଛି । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରେ ଏହି ରଥ ବୁଲୁଥିବା ଦେଖ‌ିବାକୁ ମିଳିଥିଲା ।

ପଞ୍ଚୁଗୋଛିଆ ପଞ୍ଚାୟତ ନୀଳାପୁର ଜଗନ୍ନାଥ ମନ୍ଦିରରୁ ଏହି ରଥ ଗଡ଼ିବା ଆରମ୍ଭ କରିଥିଲା। ପରେ ଆଡହୁରିଆ, ଯଶୋବନ୍ତପୁର, କଣ୍ଠିଆଡି, ବଳଭଦ୍ରପୁର, ସର୍ବେଶ୍ୱରପୁର, ହୀରାପୁର, ମୁଗୁପୁର ଆଦି ଗ୍ରାମ ପରିକ୍ରମା କରି ଶହ ଶହ ଶ୍ରଦ୍ଧାଳୁଙ୍କ ଘରୁ ଗୁଆ, ଚାଉଳ ସଂଗ୍ରହ କରାଯାଇଥିଲା । ଶହ ଶହ ମହିଳା ରଥକୁ ବନ୍ଦାପନା କରୁଥିବା ବେଳେ ଶଙ୍ଖ ହୁଳ ହୁଳି ରେ ଗ୍ରାମ ଗୁଡିକ ପ୍ରକମ୍ପିତ ହୋଇପଡିଥିଲା। ଏଥିରେ ସରପଞ୍ଚ ଦିନେଶ ସେଠୀ, ସମିତି ସଭ୍ୟା ପୂଜା ଯେନା, ପିଇଓ ମହେଶ୍ୱର ସାହୁ, ପୁର୍ବତନ ସରପଞ୍ଚ ରାମଚନ୍ଦ୍ର ଶତପଥି, ପ୍ରତାପ ସେଠୀ, ବିଶ୍ଵନାଥ ଦାସ, ଅନନ୍ତ ପ୍ରସାଦ ସେଠୀ, ବିଚିତ୍ରାନନ୍ଦ ନାୟକ, ପବିତ୍ର ମଲ୍ଲିକ, ୱାର୍ଡ ସଭ୍ୟା ବୈଜୟନ୍ତୀ ଜେନା, ସୁରଥ କୁମାର ଦାସ, ତିଲୋତ୍ତମା ସେଠୀ, ଦମୟନ୍ତୀ ଜେନା, ସୁରେଶ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ଶାଳଣିଆ ପଞ୍ଚାୟତର ଶାଳଣିଆ ଠାରୁ ଏହି ରଥ ବାହାରି ଶାଳଣିଆ, ମନୋହରପୁର, ବ୍ରାହ୍ମଣୀକଳା, ସୋଲପଟା, ବିଷ୍ଣୁପୁର, ବଳଭଦ୍ରପୁର ଆଦି ଗ୍ରାମରେ ଅର୍ପଣ ରଥ ପରିକ୍ରମା ବେଳେ ଲୋକମାନେ ଭାବବିହ୍ଵଳ ହୋଇ ଜୟ ଜଗନ୍ନାଥ ଧ୍ୱନୀରେ ଗ୍ରାମକୁ ପ୍ରକମ୍ପିତ କରିଥିଲେ। ପ୍ରତି ଘର ମାନଙ୍କରେ କଲଶ ସ୍ଥାପନ କରାଯାଇ ଶଙ୍ଖ ହୁଳହୁଳି ଦେଇ ରଥକୁ ସ୍ୱାଗତ କରିବା ସହିତ ପୂଜାର୍ଚ୍ଚନା କରି ଅକ୍ଷତ, ଗୁଆ ଓ ନଡ଼ିଆ ଆଦି ପ୍ରଦାନ କରିଥିଲେ। ଏଥିରେ ସରପଞ୍ଚ ସୁମିତ୍ରା ଯେନା, ପିଇଓ ରମେଶ ମାଝୀ, ଯୋଗେନ୍ଦ୍ର ବେହେରା ଙ୍କ ସମେତ ସରକାରୀ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.