ବୁଢ଼ୀକୁଦ ପଞ୍ଚାୟତରେ ଅର୍ପଣ ରଥ କୁ ସ୍ୱାଗତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆନନ୍ଦପୁର ବ୍ଲକ ଆଦିବାସୀ ଅଧୁଷିତ ବୁଢିକୁଦ ପଞ୍ଚାୟତରେ ଜଗନ୍ନାଥଙ୍କ ଅର୍ପଣ ରଥକୁ ଭବ୍ୟ ସ୍ବାଗତ କରାଯାଇଛି। ସମାଜସେବୀ ତଥା ଯୁବ ନେତା ରବିନ୍ଦ୍ର କୁମାର ସ୍ବାଇଁଙ୍କ ନେତୃତ୍ୱରେ ବୁଢିକୁଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସମସ୍ତ ପଞ୍ଚାୟତବାସୀ ଏକତ୍ରିତ ହୋଇ ଅର୍ପଣ ରଥକୁ ନାମ ସଂକୀର୍ତ୍ତନର ତାଳେ ତାଳେ ସ୍ବାଗତ କରିବା ପରେ ବୁଢିକୁଦ, ଟଭାକୁ ଦ, ସନ୍ତୋଷ ପୁର, ମଣ୍ଡପଡା, ଗେଣ୍ଡାଳିଆବସା, ସିଂନାଳୀ ଆଦି ଗ୍ରାମର ଘର ଘର ବୁଲି ଅରୁଆ ଚଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା ।

ରଥ ଯିବା ରାସ୍ତାରେ ଝୋଟିପକାଯାଇ ଆକଷଣୀୟ କରାଯିବା ସହିତ ପୁଷ୍ପ ବର୍ଷା କରାଯାଇ ସ୍ଥାନୀୟ ଲୋକମାନେ ଜଗନ୍ନାଥ ରଥ ଉପରେ ସମର୍ପଣ ଭାବ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଆନନ୍ଦପୁର ବ୍ଲକ ଏବିଡିଓ ବିଚିତ୍ର କୁମାର ଉପସ୍ଥିତ ଥିବାବେଳେ ସରପଞ୍ଚ ପ୍ରଫୁଲ୍ଲ ମହାରଣା, ସଭ୍ୟ କୁ ଳମଣୀ ନାଇକ, ମୋଚିନ୍ଦା ସରପଞ୍ଚ ପ୍ରାନ୍ କୁମାର ମଲ୍ଲିକ|

ସ୍ଥାନୀୟ ଗ୍ରାମବାସୀ ବିଷ୍ଣୁ ପ୍ରସାଦ ନାଇକ, ଗୌରହରି ଦେହୁରୀ, ସତ୍ୟନାରାୟଣ ନାଇକ, ଦୁର୍ଯ୍ୟୋଧନ ନାଇକ, ବାବୁରାମମୁଣ୍ଡା, ଟୁନା ମୁଣ୍ଡା ପ୍ରମୁଖ ଅର୍ପଣ ରଥ ପରିକ୍ରମାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.