HDFC ଓ Paytm ଲଞ୍ଚ କରିବେ ସ୍ପେଶାଲ କ୍ରେଡିଟ୍ କାର୍ଡ

0

ଏଚଡିଏଫସି ବ୍ୟାଙ୍କ ଏକ ନୂଆ ଅଫର ସହିତ କ୍ରେଡିଟ୍ କାର୍ଡ ଜାରି କରିବାକୁ ଯାଉଛି । ଏହି କାର୍ଯ୍ୟର ଶୁଭାରମ୍ଭ ନେଇ ଏଚଡିଏଫ୍ ବ୍ୟାଙ୍କ ପେଟିଏମ୍ ସହିତ ବୁଝାମଣା କରିଛି । ଅର୍ଥାତ ଏଚଡିଏଫସି ଓ ପେଟିଏମ୍ ଏକସଙ୍ଗେ କ୍ରେଡିଟ୍ କାର୍ଡ ଲଞ୍ଚ କରିବେ । ଏହାର ଫାଇଦା ଛୋଟ ବେପାରୀଙ୍କୁ ମିଳିବ । ଏଥିସହିତ ଆହୁରି ଅନେକ ସୁବିଧ ଉପଲବ୍ଧ ହେବା ସହ ସମସ୍ତ ଗ୍ରାହକଙ୍କୁ ଟାର୍ଗେଟ୍ କରାଯିବ ବୋଲି କୁହାଯାଇଛି ।

ସୂଚନା ମୁତାବକ, ଏହି କ୍ରେଡିଟ୍ କାର୍ଡ ରିଟେଲ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ । ଯେଉଁମାନେ ପ୍ରଥମ ଥର ପାଇଁ ଏହି କାର୍ଡର ବ୍ୟବହାର କରିବେ, ସେମାନଙ୍କୁ ଅଧିକ କ୍ୟାସବ୍ୟାକ୍ ଓ ଅଫର୍ ମିଳିବ । ଏଥିରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଅଫର, ଇଏମଆଇ, ବାଏ ନାଓ ପେ ଲେଟର ପରି ସୁବିଧା ଦିଆଯିବ । ତେବେ ଏହି କ୍ରେଡିଟ କାର୍ଡର ଫିସକୁ ନେଇ କୌଣସି ସୂଚନା ସାମନାକୁ ଆସିନାହିଁ । ଦୀର୍ଘ ୮ ମାସ ପରେ ଏଚଡିଏଫସି ବ୍ୟାଙ୍କକୁ ଆରବିଆଇ ପୁଣି ଥରେ କ୍ରେଡିଟ କାର୍ଡ ଲଞ୍ଚ କରିବାକୁ ଅନୁମତି ଦେଇଛି । ତେଣୁ ବ୍ୟାଙ୍କ କ୍ରେଡିଟ କାର୍ଡ ବଜାରରେ ପ୍ରବେଶ କରି ନିଜର ଲକ୍ଷ୍ୟ ପୂରଣ କରିବାକୁ ସ୍ଥିର କରିଛି । କ୍ରେଡିଟ କାର୍ଡ ବିକ୍ରିକୁ ୩ ଲକ୍ଷରେ ପହଞ୍ଚାଇବା ବ୍ୟାଙ୍କର ପ୍ରଥମ ଲକ୍ଷ୍ୟ ରହିଛି । ତେବେ ଆଗାସୀ ୩ ମାସ ମଧ୍ୟରେ ବ୍ୟାଙ୍କ ଏହି ଲକ୍ଷ୍ୟ ହାସଲ କରିନେବ ବୋଲି ପେମେଣ୍ଟ ଓ ଗ୍ରାହକ ଫାଇନାନ୍ସ, ଡିଜିଟାଲ ବ୍ୟାଙ୍କିଂ ଓ ଆଇଟି ମୁଖ୍ୟ କହିଛନ୍ତି ।

Leave A Reply

Your email address will not be published.