ମୋତେ ଦେଶରୁ ବାହାର କରିଥିଲେ, ଆଜି ନିଜେ ଦେଶ ଛାଡ଼ିଲେ; ତସଲିମା ନାସରିନ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ‘ଦିନେ ମୋତେ ତଡ଼ି ଦେଇଥିଲେ। ଆଉ ଆଜି ସେ ନିଜେ ତଡ଼ା ଖାଇଲେ।’ ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅସ୍ଥିରତାକୁ ନେଇ ଏଭଳି କିଛି କହିଛନ୍ତି ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନ। ବର୍ଷ ବର୍ଷ ଧରି ଛାତି ତଳେ ଦବି ରହିଖିବା ତାଙ୍କ ଯନ୍ତ୍ରଣାକୁ ବଖାଣିଛନ୍ତି। ବାଂଲାଦେଶରେ ଉପୁଜିଥିବା ହିଂସା ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି |

ବାଂଲାଦେଶରେ ମୌଳିବାଦୀଙ୍କ ଏହି କାର୍ଯ୍ୟକୁ ସବୁଆଡେ ନିନ୍ଦା କରାଯାଉଛି। ବାଂଲାଦେଶର ଜଣାଶୁଣା ଲେଖକ ତସଲିମା ନାସିରିନ୍ ମଧ୍ୟ ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ସେ ଦାୟୀ କରିଛନ୍ତି। ୧୯୯୯ରେ ତସ୍‌ଲିମା ମା’ଙ୍କ ଦେହ ଅସୁସ୍ଥ ଥିଲା। ତାଙ୍କୁ ଦେଖିବାକୁ ସେ ବାଂଲାଦେଶ ଯାଇଥିଲେ। କିନ୍ତୁ ଏହାପର ଠାରୁ ତାଙ୍କୁ ଆଉ ବାଂଲାଦେଶରେ ପ୍ରବେଶ କରିବାକୁ ସୁଯୋଗ ଦିଆଯାଇ ନାହିଁ। ମୌଳବାଦୀଙ୍କୁ ଖୁସି କରିବା ପାଇଁ ହସିନା ତାଙ୍କୁ ଦେଶରୁ ତଡ଼ି ଦେଇଥିଲେ। ଆଜି ସେହି ମୌଳବାଦୀମାନେ ଛାତ୍ର ଆନ୍ଦୋଳନରେ ଜଡ଼ିତ ଅଛନ୍ତି। ସେମାନେ ହିଁ ଆଜି ହସିନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଛନ୍ତି।

ତସଲିମା ନାସିରିନ୍ ଲେଖିଛନ୍ତି, ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡିବାକୁ ପଡିଛି। ସେ ନିଜ ପରିସ୍ଥିତି ପାଇଁ ଦାୟୀ। ସେ ମୌଳବାଦୀମାନଙ୍କୁ ଗୁରୁତ୍ବ ଦେଉଥିଲେ। ନିଜ ଲୋକଙ୍କୁ ଦୁର୍ନୀତିରେ ଜଡିତ ହେବାକୁ ଦେଇଛନ୍ତି। ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ। ସେନା ଶାସନ କରିବା ଉଚିତ୍ ନୁହେଁ। ରାଜନୈତିକ ଦଳ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଆଣିବା ଉଚିତ୍ ବୋଲି ତସଲିମା କହିଛନ୍ତି।

Leave A Reply

Your email address will not be published.