ଆୟୁଷ୍ମାନ କାର୍ଡରେ ରୋଗୀଙ୍କୁ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଆୟୁଷ୍ମାନ କାର୍ଡରେ ରୋଗୀଙ୍କୁ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ।ଘରୋଇ ହସ୍ପିଟାଲଗୁଡ଼ିକୁ ତାଗିଦ୍‌ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଟେକ୍ନିକାଲ୍‌ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି। ଘରୋଇ ହସ୍ପିଟାଲ୍‌ର ପ୍ୟାକେଜ ବୃଦ୍ଧି ଦାବି ଉପରେ ବିଚାର ହେବ।‘ବିଭିନ୍ନ ସ୍ତରରୁ ମତାମତ ଆସୁଛି, ସବୁ ଦିଗକୁ ବିଚାର କରାଯାଉଛି’। ‘ପ୍ୟାନ୍‌ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟ୍‌ୱର୍କ, ଓଟିପି ସମସ୍ୟା ରହିଛି। ସବୁ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି ବୋଲି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।ସ୍ୱାସ୍ଥ୍ୟସେବାରେ ବଡ ଭୂମୀକା ଗ୍ରହଣ କରିବ ଆୟୁଷ୍ମନ କାର୍ଡ ।

ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ ହେଲେ । ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ଯେପରି ବାଦ ନପଡନ୍ତି, ଯେପରି କୌଣସି ଅବହେଳା ନହୁଏ ସେନେଇ ତାଗିଦ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆୟୁଷ୍ମାନ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଆୟୁଷ୍ମାନ ପ୍ୟାକେଜ୍ ବଢାଇବାକୁ ଯୋଜନା ଚାଲିଛି । ଆଗାମୀ ଦିନରେ ଯେପରି ଲୋକଙ୍କୁ ଅଧିକ ସୁବିଧା ମିଳିପାରିବ, ସେ ଦିଗରେ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.