ଆଜି ବି ୧୪ ସହର ୪୦ ଉପରେ

0

ଓଡ଼ିଆ ନ୍ୟୁଜ୍: କଲବଲ କରୁଛି ତାତି; ଆଜି ବି ୧୪ ସହର ୪୦ ଉପରେ। ଟିଟିଲାଗଡ଼ ୪୨.୫, ଝାରସୁଗୁଡ଼ା ୪୨.୪, ତାଳଚେର ୪୨ ଡିଗ୍ରୀ। ବଲାଙ୍ଗିର ୪୧.୮, ଅନୁଗୁଳ ୪୧.୭, ଭବାନୀପାଟଣା ୪୧ ଡିଗ୍ରୀ।ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି । ଆସନ୍ତା ୩-୪ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ । ୨୨ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏପ୍ରିଲ ୨୦ ରୁ ୨୩ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କନ୍ଧମାଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି ।

ସେପଟେ, ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ୪୦ ଡିଗ୍ରୀ ଉପରେ ରହିଛି ଅଧା ଓଡ଼ିଶା । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି। ଆସନ୍ତା ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ ରୁ ୪୦ ଡିଗ୍ରୀ ଟପିପାରେ ତାତି। ୨ରୁ ୩ ଡିଗ୍ରୀ ବଢ଼ିପାରେ ଦିନ ତାପମାତ୍ରା । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

Leave A Reply

Your email address will not be published.