ଆସନ୍ତାକାଲି ଭୁବନେଶ୍ୱରରେ ନଡ୍ଡାଙ୍କ ସହ ହେମାମାଳିନୀ ଆସୁଛନ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେପିର ଫୋକସରେ ଓଡ଼ିଶା। ଓଡ଼ିଶା ଦଖଲ ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ।ଏହିକ୍ରମରେ ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ।  ଆସନ୍ତା ୧୭ ତାରିଖରେ ରାଉରକେଲା ଗସ୍ତରେ ଆସୁଛନ୍ତି ଅମିତ ଶାହ। ସେ ସେଠାରେ ଦଳ ପାଇଁ ପ୍ରଚାର କରିବେ।

ତେଣେ ଆସନ୍ତା ୧୭ ଓ ୧୮ ତାରିଖରେ କଟକ ଜିଲ୍ଲା ନରସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏଷଣ ଆଜି ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା।  କାଲି ସେ ସୁନ୍ଦରଗଡ଼ ଓ ପଦ୍ମପୁରରେ ବିଶାଳ ଜନସଭାରେ ଯୋଗ ଦେବେ। ଠିକ୍ ସେହିପରି ଆସନ୍ତା ୧୭ ତାରିଖରେ ବରିଷ୍ଠ ବିଜେପି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ରାଜଧାନୀ ଭୁବନେଶ୍ବର, କଟକ ଜିଲ୍ଲା କିଶନ ନଗର ଓ ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ ପ୍ରଚାର କରିବେ। ତାଙ୍କୁ ଦଳ ଷ୍ଟାର୍ ପ୍ରଚାରକ ତାଲିକାରେ ସାମିଲ କରିବା ପରେ ଏହା ତାଙ୍କର ପ୍ରଥମ ପ୍ରଚାର।

୧୭ ତାରିଖରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓଡ଼ିଶା ଆସିବେ। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ କନ୍ଧମାଳର ଜି. ଉଦୟଗିରିରେ ସେ ପ୍ରଚାର କରିବେ। ସେହି ଦିନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଆଠଗଡ଼ ଓ ନରସିଂହପୁରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ବ୍ୟତୀତ ୧୭ ତାରିଖରେ ପୁଣି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। କବିସୂର୍ଯ୍ୟନଗର କଣ୍ଟାବାଞ୍ଜି, ଲୋଇସିଂହା, ସତ୍ୟବାଦୀ ଓ ପିପିଲିରେ ସେ ମାରାଥନ୍ ପ୍ରଚାର କରିବେ।

Leave A Reply

Your email address will not be published.