ଓଡ଼ିଆ ନ୍ୟୁଜ୍: କ୍ରିକେଟରରୁ ସାଂସଦ ବନିଥିବା ହରଭଜନ ସିଂଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା। ଦିନକ ପୂର୍ବରୁ ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ହରଭଜନ। ଫଳରେ ପଞ୍ଜାବ ସରକାର ହରଭଜନଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରିଥିଲେ। ଘର ଆଗରୁ ପଞ୍ଜାବ ପୋଲିସ ହଟିବା ମାତ୍ରେ ପହଞ୍ଚିଲା ସିଆର୍ପିଏଫ୍।
ଗୃହ ମନ୍ତ୍ରଣାଳୟ ଅନୁସାରେ, ହରଭଜନ ସିଂହଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ଅନ୍ୟାନ୍ୟ ଆପ୍ ସାଂସଦଙ୍କୁ ମଧ୍ୟ ସୁରକ୍ଷା ମିଳିବ । ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା ଏବଂ ବିକ୍ରମଜିତ ସାହାଣୀଙ୍କୁ ମଧ୍ୟ କେନ୍ଦ୍ରୀୟ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ସମସ୍ତ ନେତାଙ୍କୁ ଏବେ ସିଆରପିଏଫ୍ କମାଣ୍ଡୋମାନେ ସୁରକ୍ଷା ଦେବେ । ଏହି ନେତାମାନଙ୍କ ପ୍ରତି ବଢୁଥିବା ବିପଦ ଏବଂ ପଞ୍ଜାବରେ ସେମାନଙ୍କ ବାସଭବନ ବାହାରେ ପ୍ରତିବାଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।