କଟକ(ଓଡ଼ିଆ ନ୍ୟୁଜ୍): ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଦାମ୍ପତ୍ୟ କଳହ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ଦୀର୍ଘଦିନର ନୀରବତା ପରେ ପ୍ରଥମେ ଅନୁଭବ ଏକ ଭିଡିଓ ଜାରି ସୋସିଆଲ ମିଡିଆରେ ସଫେଇ ଦେଇଥିଲେ । ଏହାପରେ ବର୍ଷା ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଆଉ ଏକ ଭିଡିଓ ଜାରି କରିଛନ୍ତି ସାଂସଦ ଅନୁଭବ । ଆଉ ସେଥିରେ ତାଙ୍କ ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭବ । ସ୍ୱାମୀ-ସ୍ତ୍ରୀ ବିବାଦ ବର୍ଷା ପଦାକୁ ଆଣିଛନ୍ତି ବୋଲି ସେ କହିଛନ୍ତି । ମର୍ୟ୍ୟାଦାହାନୀ ନହେବା ପାଇଁ ଅନୁଭବ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଆମେ କେବେ ଏକାଠି ରହିପାରିବାନି, ତେଣୁ ଅଲଗା ହୋଇଯିବାଟା ଆମ ଉଭୟଙ୍କ ପାଇଁ ଭଲ । କେସ୍ ଲଢ଼ିଲେ କାହାକୁ କିଛି ମିଳିବିନି। କେସରେ ଜଣେ ଜିତିବ ଆଉ ଜଣେ ହାରିବ। ହେଲେ ଜୀବନ କେହି ଜିତିପାରିବାନି । ଭଲ ହେବ ଆମେ ଅଲଗା ହୋଇଯିବା ।