ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗକୁ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ,୫ ତାରିଖ ଅପରାହ୍ନ ସୁଦ୍ଧା ଓଟିଏମକୁ ରାଜ୍ୟ ସରକାର ନିଜ ଅଧୀନକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାଖଲ ମାମଲାର ଶୁଣାଣି କରି ଓଟିଏମ ରାଜ୍ୟ ସରକାରଙ୍କ ଅଧୀନକୁ ଯାଇ ନ ଥିବା ଓ ଏହି ପ୍ରକ୍ରିୟା ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଆସନ୍ତା ୫ ତାରିଖ ଅପରାହ୍ନ ସୁଦ୍ଧା ଓଟିଏମକୁ ରାଜ୍ୟ ସରକାର ନିଜ ଅଧୀନକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନଚେତ ମାସିକ ୬ ଲକ୍ଷ ଟଙ୍କାର ତଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଓଟିଏମକୁ ନେବା ପାଇଁ ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିଥିବା ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ଅବଗତ କରାଯାଇ ଥିଲା। ରାଜ୍ୟ ସରକାର ପୂର୍ବରୁ ୩୦ କୋଟି ଓ ଇଡ଼କୋ ପକ୍ଷରୁ ୫ କୋଟି ଏମିତି ୩୫ କୋଟି ମଧ୍ୟ ଦାଖଲ ହୋଇଥିଲା।

ନଭେମ୍ବର ୧୩ ତାରିଖରେ ୧୧୫ କୋଟି ଟଙ୍କା ଅଫିସିଆଲ ଲିକୁଡେଟରଙ୍କ ପାଖରେ ଦାଖଲ ହୋଇଥିବା ବେଳେ ଏହି ଟଙ୍କା ଫିକ୍ସ ଡିପୋଜିଟ ଆକାରରେ ରଖାଯାଇଛି। ଏ ସମ୍ପର୍କରେ ପୂର୍ବରୁ ଅଫିସିଆଲ ଲିକୁଡେଟରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଥିଲା। ଶ୍ରମିକଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ଦାଖଲ ହୋଇଥିବା ଏହି ସତ୍ୟପାଠରେ ରାଜ୍ୟ ସରକାର ଅତିରିକ୍ତ ୧୧୫ କୋଟି ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରିଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପୁଣି ଏହି ୧୧୫ କୋଟି ଟଙ୍କା ଡିପୋଜିଟ କରିଥିଲେ। ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ପୂର୍ବରୁ ମଧ୍ୟ ଅବଗତ କରାଇଥିଲେ। ସେହିପରି ଇଡକୋ ମଧ୍ୟ କୋଟି ଟଙ୍କା ଡିପୋଜିଟ କରିଥିବା ଜଣାପଡିଛି। ଡିସେମ୍ବର ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଓଟିଏମକୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି।

Leave A Reply

Your email address will not be published.