ରାଜ୍ୟର ବିଭିନ୍ନ ବନଖଣ୍ଡରେ ହାତୀମାନଙ୍କୁ ସୁରକ୍ଷା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ କର, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି କରି ରାଜ୍ୟର ବିଭିନ୍ନ ବନଖଣ୍ଡରେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ଜଏଣ୍ଟ ଟାକ୍ସ ଫୋର୍ସ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ଆକ୍ସନ ପ୍ଲାନକୁ ରାଜ୍ୟ ସରକାରଙ୍କ ହାଇ ପାୱାର କମିଟି ଦ୍ଵାରା ଅନୁମତି କରାଇ ୩ ସପ୍ତାହ ମଧ୍ୟରେ ଲାଗୁ କରିବାକୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ମାର୍ଚ୍ଚ ୧୩ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି। ପୂର୍ବରୁ ଶୁଣାଣି ସମୟରେ ଶିମିଳିପାଳ ରେ ହାତୀ କୁ ମାରି ପୋଡ଼ିଦେବା ଘଟଣା କୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ପିସିସିଏଫ କୋର୍ଟରେ ସ୍ୱୀକାର କରିଥିଲେ ଯେ ବନ କର୍ମଚାରୀ ମାନେ ଏହି ହାତୀକୁ ମାରିବା ସହ ପୋଡି ଦେଇଛନ୍ତି। ସିମିଳିପାଳ ହାତୀ ମୃତୁ ଘଟଣାରେ ବନ କର୍ମଚାରୀ ଅଭିଯୁକ୍ତ ଙ୍କ ବିରୋଧରେ କାହିଁକି ଏଫଆଇଆର ହୋଇ ନାହିଁ ପ୍ରଶ୍ନ କରିଥିଲେ ହାଇକୋର୍ଟ। ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା। ଜୁଲାଇ ୨୫ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ। ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ।

ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଂଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ। ଆଜିର ଶୁଣାଣି ସମୟରେ ଭର୍ଚୁଆଲ ମାଧ୍ୟମରେ ହାତୀ ବିଶେଷଜ୍ଞ ପ୍ରଫେସର ସୁକୁମାର ଓ ଜଏଣ୍ଟ ଟାକସ ଫୋର୍ସର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ବାଇଟ- ଆଶିଷ ମିଶ୍ର,ଆବେଦନକାରୀ ଙ୍କ ଓକିଲ।

Leave A Reply

Your email address will not be published.