ଏଏସଓ ପରୀକ୍ଷା ମାମଲା: ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ସାନି ମେରିଟ୍ ଲିଷ୍ଟ୍ କରି ୨ ମାସ ମଧ୍ୟରେ ପ୍ରକାଶ କର: ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା ପବ୍ଲିକ୍ ସର୍ଭିସ୍ କମିସନଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏଏସଓ) ପରୀକ୍ଷାର ମେରିଟ୍ ଲିଷ୍ଟକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । ଲିଖିତ ପରୀକ୍ଷାର ମୋଟ୍ ମାର୍କ(ଏଗ୍ରିଗେଟ୍) ଆଧାରରେ ସାନି ମେରିଟ୍ ଲିଷ୍ଟ୍ ୨ ମାସ ମଧ୍ୟରେ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତବର୍ଷ ଅଗଷ୍ଟ ୨୭ ତାରିଖରେ ୭୯୬ ଟି ଏଏସଓ(ଗ୍ରୁପ୍-ବି ସର୍ଭିସ୍) ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୭ ତାରିଖରେ ଏହାର ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇଥିଲା । ତେବେ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ କିଛି ନିରାଶ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସେମାନଙ୍କ ଆବେଦନକୁ ଗ୍ରହଣ କରିବା ସହ ନିଯୁକ୍ତି ଉପରେ ରୋକ୍ ଲଗାଇଥିଲେ ।
ହାଇକୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ଶୁଣାଣି ବେଳେ ପ୍ରତି ବିଷୟରେ ଯୋଗ୍ୟତା ନମ୍ବର ନିର୍ଦ୍ଧାରଣକୁ ନେଇ ଆପତ୍ତି ଉଠାଯାଇଥିଲା । ଓଡିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ୍ ରୁଲ୍ ରେ ଏଭଳି ନିୟମ ନ ଥିଲା ବେଳେ ଏହି ଆଧାରରେ ଓପିଏସସିର ଚୟନ ପ୍ରକ୍ରିୟାର ବୈଧତାକୁ ହାଇକୋର୍ଟ ପ୍ରଶ୍ନ କରିଥିଲେ । ଆଜି ମାମଲାର ଶୁଣାଣି କରି ଓପିଏସସିର ମେରିଟ୍ ଲିଷ୍ଟକୁ ଖାରଜ କରିଦେଇଛନ୍ତି । ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟଙ୍କ ରାୟ ଉପରେ ଓପିଏସସି ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ । ତେବେ ସର୍ବୋଚ୍ଚ ଅଦାଲତରେ ଏହାକୁ ଚାଲେଂଜ କରାଯାଇପାରେ ବୋଲି ସୂଚନା ମିଳିଛି । ସୂଚନାଥାଉକି, ୨୦୨୨ ରେ ଅନୁଷ୍ଠିତ ଏହି ଏଏସଓ ପରୀକ୍ଷା ୪ ଲକ୍ଷରୁ ଅଧିକ ଆଶାୟୀ ଦେଇଥିଲେ ।

Leave A Reply

Your email address will not be published.