ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣା: ଅଭିଯୁକ୍ତ ଜଗନ ମହାପାତ୍ରର ମାନସିକ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଗନ ମହାପାତ୍ର ଓରଫ ନନ୍ଦ ଓରଫ ଜଗା ଜାମିନ ମାମଲାରେ ମାନସିକ ଜନିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ମାନସିକ ଅବସ୍ଥା ଭଲ ନାହିଁ ବୋଲି ଅଦାଲତରେ ଦର୍ଶଯାଇଛି। ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ମାନସିକ ଜନିତ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣା ସମଗ୍ର ରାଜ୍ୟରେ ଖୁବ ଆଲୋଚ୍ଯର ବିଷୟ ହୋଇଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ଏପ୍ରିଲ ୨ ତାରିଖ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସୁରକ୍ଷା ବଳୟକୁ ଭେଦ କରି ଜଣେ ୬ ଫୁଟରୁ ଅଧିକ ଉଚ୍ଚତାର ହୃଷ୍ଟପୃଷ୍ଟ ବ୍ୟକ୍ତି ଜଣକ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧି ଶ୍ରୀମନ୍ଦିରରେ ପଶି ରୋଷଘରକୁ ଯାଇ ୪୩ଟି ଚୁଲିକୁ ଭା‌ଙ୍ଗି ଦେଇଥିଲା। ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଲି ଭଙ୍ଗା ଘଟଣାର ଏତଲା ହୋଇଥିଲା। ପୁରୀ ପୋଲିସ ମାମଲା ରୁଜୁ କରି ଗତ ୫ରେ ଅଭିଯୁକ୍ତ ଜଗନ ମହାପାତ୍ରକୁ ଗିରଫ କରି ଆଇପିସିର ୪୨୭, ୨୯୫, ୨୯୫(କ), ଶ୍ରୀମନ୍ଦିର ପ୍ରଶାସନ ଆଇନ୍‌ ସେକ୍ସନ ୩୦(କ) ୪(ବି)ରେ ଦଫାରେ କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ତାର ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.