ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟାର୍ଗେଟରେ ହିନ୍ଦୁ ! ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଛି ଆକ୍ରମଣ । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖିଲେ ଆପଣଙ୍କ ଲୋମ ଟାଙ୍ଗୁରି ଉଠିବ । ହିଂସା ଏବଂ ଅଗ୍ନିକାଣ୍ଡ ମଧ୍ୟରେ ଦୁଷ୍କର୍ମକାରୀମାନେ ବର୍ତ୍ତମାନ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି । ଏହି ଆନ୍ଦୋଳନରେ ସାମିଲ୍ ହୋଇଥିବା ହିନ୍ଦୁ ଝିଅଙ୍କୁ ବି ଟାର୍ଗେଟ କରୁଛନ୍ତି । ଘରଗୁଡ଼ିକରେ ନିଆଁ ଲାଗିଯାଇଛି। ଦୋକାନରୁ ଲୁଟ୍ ହେଉଛି । ୨୭ ଟି ଜିଲ୍ଲାରେ ହିନ୍ଦୁମାନଙ୍କ ଘର ଏବଂ ଦୋକାନକୁ ଟାର୍ଗେଟ କରାଯାଇଛି। ଲୋକମାନେ କହିଛନ୍ତି ଯେ ସାମ୍ପ୍ରଦାୟିକ ଆକ୍ରମଣ ହୋଇ ନ ଥିବା କୌଣସି ଅଞ୍ଚଳ କିମ୍ବା ଜିଲ୍ଲା ବାକି ନାହିଁ । ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଷୟରେ ଦେଶର ବିଭିନ୍ନ ସ୍ଥାନରୁ ନିରନ୍ତର ରିପୋର୍ଟ ଆସୁଛି ।
ବାଂଲାଦେଶରେ ହିଂସା ଜାରି ରହିଛି। ପ୍ରବଳ ଅଗ୍ନିକାଣ୍ଡ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ମଧ୍ୟ ବିକ୍ଷୋଭକାରୀମାନେ ସ୍ଥିତି ଅସମ୍ଭାଳ କରିଛନ୍ତି । ଏଥି ସହିତ ପରିସ୍ଥିତି ଏତେ ଖରାପ ହୋଇଛି ଯେ ଦେଶରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି । ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟି ନିଆଯାଉଛି । ଏଥି ସହିତ ସାରା ଦେଶରେ ମନ୍ଦିର ଭଙ୍ଗାରୁଜା କରାଯାଇଛି । ବାଂଲାଦେଶର କାମଚଳା ସରକାରଙ୍କ ପରାମର୍ଶଦାତା ମହମ୍ମଦ ୟୁନୁସ ରବିବାର ସଙ୍କଟ ଜନିତ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ହିନ୍ଦୁମାନଙ୍କୁ ଟାର୍ଗେଟ୍ କରି ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ମହମ୍ମଦ ୟୁନୁସ୍ ଚେତାବନୀ ଦେଇ କହିଛନ୍ତି ଯେ, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ‘ସେମାନଙ୍କ ଅଗ୍ରଗତିକୁ କ୍ଷୁଣ୍ଣ କରିବାକୁ’ ଚେଷ୍ଟା ହୋଇପାରେ। ହିନ୍ଦୁମାନେ ବାଂଲାଦେଶର ସବୁଠାରୁ ବଡ଼ ସଂଖ୍ୟାଲଘୁ ଗୋଷ୍ଠୀ ଅଟନ୍ତି।
ବାଂଲାଦେଶରେ ସମୁଦାୟ ହିନ୍ଦୁ ସଂଖ୍ୟା ୧.୩ କୋଟି ଅର୍ଥାତ୍ ବାଂଲାଦେଶର ମୋଟ୍ ଜନସଂଖ୍ୟାର ୮ ପ୍ରତିଶତ। ଶେଖ ହସିନାଙ୍କ ଦେଶର ୫୨ଟି ଜିଲାରେ ସଂଖ୍ୟାଲଘୁ ଲୋକଙ୍କ ଉପରେ ୨୦୫ ଥର ଆକ୍ରମଣ ହୋଇଛି। ତେବେ ଆକ୍ରମଣର କାରଣ ସମ୍ପର୍କରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ରଖାଯାଉଛି। ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁ ଏବଂ ସେଠାରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଭାରତ ସରକାର ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି। ବାଂଲାଦେଶର ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଦେଶ ସରକାର ଅଗଷ୍ଟ ୧୧ ରବିବାରଠାରୁ ଦେଶର ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ହଟ୍ଲାଇନ ଆରମ୍ଭ କରିବାକୁ ଚାହୁଁଛନ୍ତି।
Comments are closed.