ଖୋଲିଲା ହୀରାକୁଦର ଆଉ 4 ଗେଟ

0

ଓଡ଼ିଆ ନ୍ୟୁଜ୍: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଲା।୨୫ ତାରିଖ ଲଘୁଚାପଜନିତ ବର୍ଷା ଥିବାରୁ ଆଉ ୪ ଗେଟ୍‌ ଖୋଲିଲା।ବର୍ତ୍ତମାନ ୮ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ।ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଏବଂ ଜଳଭଣ୍ଡାରର କ୍ଷମତାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ କରାଯାଇଛି।

ଜଳଭଣ୍ଡାର ବାମ ପାର୍ଶ୍ବରୁ ୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୫ଟି ଗେଟ୍‌ ଖୋଲି ଦିଆଯାଇଛି। ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦରୁ ଏହିସବୁ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି। ଲଗାଣ ବର୍ଷା ହେତୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ହେତୁ ଏଭଳି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.