ହୀରାକୁଦର ୩୦ଟା ଗେଟ ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ, ଆଉ ଦୁଇଦିନ ବର୍ଷା ହେଲେ ଦେଖାଦେବ ବନ୍ୟା ସ୍ଥିତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବର୍ତ୍ତମାନ ସୁଦ୍ଧା 30 ଟି ଗେଟ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି । ହୀରାକୁଦକୁ ଇନ ଫ୍ଲୋ- 4 ଲକ୍ଷ 66 ହଜାର କ୍ୟୁସେକ, ଆଉଟ ଫ୍ଲୋ ହେଉଛି 5 ଲକ୍ଷ । ଆନନ୍ଦପୁର ନିକଟରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଛି । 5ରୁ 6 ଘଣ୍ଟା ପରେ ଆଖୁଆପଦାଠାରେ ମଧ୍ୟ ଜଳସ୍ତର କମିବା ଆରମ୍ଭ କରିବ। ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି । ବର୍ତ୍ତମାନ ଜଳକାର ଜଳସ୍ତର 6.2 ମିଟର ରହିଛି । ଛତିଶଗଡ଼ରେ ବର୍ଷା ହେବ ବୋଲି ଆଇଏମଡି ସୂଚନା ଦେଇଛି । ସେହିପରି ଓଡ଼ିଶାରେ ମଧ୍ୟ ଆସନ୍ତା 2 ଦିନ ବର୍ଷା ହେବ ବୋଲି ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟମ ଜଳଭଣ୍ଡାର ଖାଲି କରିବା ଲାଗି ବ୍ୟବସ୍ଥା କରାଯାଉଛି । 80 ପ୍ରତିଶତ କିମ୍ବା ଅଧିକ ଜଳ ଥିବା ଜଳଭଣ୍ଡାର ନିଷ୍କାସନ କରି 75 ପ୍ରତିଶତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ କୌଣସି ସ୍ଥାନରେ ଘାଇ ସୃଷ୍ଟି ହେବାର ଖବର ଆସିନାହିଁ । 7 ଟି ଜିଲ୍ଲା ଲାଗି ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି । ଆସନ୍ତାକାଲି ଦାୟିତ୍ୱ ନେଇ ସେମାନେ ସ୍ଥିତି ତଦାରଖ କରିବେ । ଜିଲ୍ଲାସ୍ତରର ଅଧିକାରୀଙ୍କ ସହିତ ସମନ୍ୱୟ ରଖି କାର୍ଯ୍ୟ କରିବେ । ହୀରାକୁଦରେ ଜଳସ୍ତର ବର୍ତ୍ତମାନ 617 ରହିଛି । ଏହାକୁ 616 କରିବା ଲାଗି ଚେଷ୍ଟା କରାଯିବ । 15 ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ 7 ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.