କେନ୍ଦୁଝର ଜିଲ୍ଲାଗସ୍ତରେ ମହାମହିମ ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ମୟୂରଭଂଜ ଜିଲ୍ଲା ଯାଇଥିବାବେଳେ ଆଜି ମହାମହିମଙ୍କର କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକ୍ରମ ରହିଛି ।  କେନ୍ଦୁଝର ଜିଲ୍ଲା ଗସ୍ତ ପୂର୍ବରୁ ରାଇରଙ୍ଗପୁର ପ୍ରଜାପିତା ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଭଉଣୀମାନଙ୍କୁ ଓ କିଛି ସମ୍ପର୍କୀୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପରେ ନିଜ ବାସଭବନରେ ଜଳଖିଆ କରିଛନ୍ତି । ମହାମହିମଙ୍କ ପାଇଁ ସୁସ୍ବାଦୁ ଖାଦ୍ୟ ଆଣିଥିଲେ ପ୍ରଜାପିତା ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଭଉଣୀମାନେ । ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରା ଯାଇଛି। ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି।  ରାଷ୍ଟ୍ରପତି ଦିନ ୧୦ ଟା ୨୦ ମିନିଟ୍ ସମୟରେ ରାଇସୁଆଁରେ ବିମାନ ଯୋଗେ ଅବତରଣ କରିଥିଲେ ମହାମିହମ ।ଏହାପରେ ସେଠାରୁ କାର୍ ଯୋଗେ ଗୋନାସିକାରେ ଠାରେ ଦିନ ୧୨ ଟାରେ ପହଞ୍ଚିବେ ।

ସେଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷର ରେ ମହାମହିମ ରାଷ୍ଟ୍ରପତି ଏକ ସଭାରେ ଯୋଗ ଦେବାକୁ ଥିବା ବେଳେ, ଏହି ସଭାରେ ୫ ଟି ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯିବା ।ଏହାପରେ ରାଷ୍ଟ୍ରପତି ଗୁପ୍ତଗଙ୍ଗା, ବ୍ରହ୍ମେଶ୍ବର ମନ୍ଦିର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦିନ ୩ଟା ବେଳେ ରାଷ୍ଟ୍ରପତି କେନ୍ଦୁଝରରେ ଧରଣୀଧର ବିଶ୍ବବିଦ୍ୟାଳୟରେ ଜନଜାତିଙ୍କର ଏକ ୨ଦିନିଆ ପ୍ରଦର୍ଶନୀ ଓ ଆଲୋଚନାଚକ୍ରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.