ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆୟୋଜନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିଷ୍ପତ୍ତି କ୍ରମେ ସିଦ୍ଧ ବଳଦେବଜୀଉ ଦୃଷ୍ଟିହୀନ ଭଜନ ସନ୍ଧ୍ୟା ନାମକ ଦିବ୍ୟାଙ୍ଗ ଲୋକକଳା ଦଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂଚନା, ଶିକ୍ଷା, ଯୋଗାଯୋଗ (IEC) ଉପକ୍ରମରେ ମାଧ୍ୟମରେ ଉକ୍ତ ବିଭାଗର ପ୍ରମୁଖ ଲୋକାଭିମୁଖୀ ଯୋଜନାର ଜନସାଧାରଣଙ୍କ ନିକଟରେ ପ୍ରଚାର କାର୍ଯ୍ୟକ୍ରମ ମାଉସୀମା ମନ୍ଦିର, ଇଚ୍ଛାପୂର ଠାରେ ଆୟୋଜନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ପୀତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), କେନ୍ଦ୍ରାପଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଯୋଳନ କରି ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରୂପାଲୀ ପ୍ରିୟଦର୍ଶିନୀ, ସଦରମହକୁମା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଓ କେନ୍ଦ୍ରାପଡାର ବିଶିଷ୍ଟ ଗବେଷକ, ଶିକ୍ଷାବିତ ନିରଞ୍ଜନ ମେକାପ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ବଳିଆରସିଂ ଉପସ୍ଥିତ ଥିଲେ । ଆଜି କେନ୍ଦ୍ରାପଡା ମ୍ୟୁନିସପାଲିଟି ଅଞ୍ଚଳରେ ଏହି ଦଳ ୪ ଗୋଟି ସ୍ଥାନରେ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଜଣାଯାଏ ।

ଆସନ୍ତା କାଲିଠାରୁ ଏହି ସଂସ୍କୃତିକ ଦଳ ସହ ତିନି ଗୋଟି ଅନ୍ୟ ଦଳ କେନ୍ଦ୍ରାପଡା, ଡେରାବିଶ, ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇ ବ୍ଲକରେ ଦିନକୁ ତିନୋଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଥିଲେ । ଏଥିରୁ ସୂଚନା ମିଳେ କି ସରକାର ଭିନ୍ନକ୍ଷମ କଳାକାରମାନଙ୍କୁ ଆର୍ଥିକ ସଶକ୍ତ କରିବା ସହ କଳାର ବିକାଶ ପାଇଁ ବିଭାଗର ବିଭିନ୍ନ ଜନ ମଙ୍ଗଳକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖକୁ ପହଞ୍ଚାଇବା ଓ ସଚେତନା ସୃଷ୍ଟି କରିବା ପାଇଁ ଲକ୍ଷ ରଖିଛନ୍ତି । ଏହା ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ୯ ଟି ବ୍ଲକ ଓ ୨ ଟି ସହରାଞ୍ଚଳରେ ପ୍ରତି ପଞ୍ଚାୟତରେ ଗୋଟିଏ ସ୍ଥାନରେ କରାଯିବାର ପ୍ରସ୍ତାବ ରହିଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.