” ନୂଆ ଓ”ଦ୍ଵିତୀୟ ପର୍ଯ୍ୟାୟ ଉଦଯାପନୀ ଉତ୍ସବ ଓ ପୁରସ୍କାର ବିତରଣ ସଭା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଘସିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ସ୍ଥିତ ପତିତପାବନ ମହାବିଦ୍ୟାଳୟ ରେ ନୂଆ ଓ ଦ୍ଵିତୀୟ ପର୍ଯ୍ୟାୟ ଉଦଯାପନୀ ଉତ୍ସବ ଓ ପୁରସ୍କାର ବିତରଣ ସଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ବାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ମୁଖ୍ୟ ବକ୍ତା ଭାବେ ବିଜେବି ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ବିଭାଗୀୟ ମୁଖ୍ୟ ଡ଼ଃ ଶୁଭ୍ରାଂଶୁ ବେହେରା, ସମ୍ମାନୀତ ଅତିଥି ଭାବରେ+୩ ପତିତପାବନ ମହାବିଦ୍ୟାଳୟ ର ପରିଚାଳନା ସମିତି ର ସଭାପତି ଚିନ୍ତାମଣି ଜେନା, ମହାବିଦ୍ୟାଳୟ ର ଓଏସଡି ରାଜେନ୍ଦ୍ର କୁମାର ରାଉତ, +୩ ର ଅଧ୍ୟକ୍ଷ ଶରତ କୁମାର ଜେନା ପ୍ରମୁଖ ଯୋଗଦାନ କରିଥିଲେ।

ସର୍ବ ପ୍ରଥମେ ଏନ୍ ସି ସି, ଓ ଏନ୍ ଏସ୍ ଏସ୍ କମାଣ୍ଡର ଜୟଦେବ ଦାଶଙ୍କ ତତ୍ତ୍ଵାବଧାନରେ ଓ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ବିରାଟ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ସଭା ମଞ୍ଚକୁ ପାଛୋଟି ଅଣାଯାଇଥିଲା। ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଓ ଛାତ୍ରୀ ମାନଙ୍କ ଦ୍ବାରା ବନ୍ଦେ ଉତ୍କଳଜନନୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡଃ ନରେନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଅମୂଲ୍ୟ କୁମାର ବିଶ୍ବାଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ବଦ୍ରିନାରାୟଣ ପାତ୍ର ଙ୍କ ଜୀବନ ଦର୍ଶନ ଓ ଜ୍ଞାନ ଦର୍ଶନ ପୂର୍ବକ ଉଜ୍ୱସ୍ବୀନୀ ଭାଷଣ ଓ ମୁଖ୍ୟ ବକ୍ତା ଡ଼ଃ ଶୁଭ୍ରାଂଶୁ ବେହେରାଙ୍କ ଛାତ୍ର ଜୀବନରେ ଆଦର୍ଶ ନିଷ୍ଠାପରତା, ଭଲ ମଣିଷ ହେବାର ସାର ପୂର୍ବକ ମନ୍ତ୍ରମୁଗ୍ଧକର ଭାଷଣ ସମସ୍ତଙ୍କ ମନ କିଣି ନେଇଥିଲା।

ସଭାପତିଙ୍କ ଅଭିଭାଷଣ ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ବାଳ ନୂଆ ‘ଓ’ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ପତିତପାବନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ର କୃତିତ୍ୱ କୁ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ। ପରିଚାଳନା ସମିତି ର ସଭାପତି ଚିନ୍ତାମଣି ଜେନା ନୂଆ ‘ଓ’ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ର ଅଂଶଗ୍ରହଣ ଓ ସଫଳତା ବିଷୟ ରେ ବାର୍ତ୍ତା ପ୍ରଦାନ କରିଥିଲେ। ଓ ସି ଡି ରାଜେନ୍ଦ୍ର କୁମାର ରାଉତ ମହାବିଦ୍ୟାଳୟର ଶ୍ରେୟ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ଅଧ୍ୟାପକ ଡଃ ନରେନ୍ଦ୍ର କୁମାର ସାହୁ, ଅଧ୍ୟାପକ ପ୍ରଦୀପ କୁମାର ସାହୁ ଓ କର୍ମଚାରୀ ଘନଶ୍ୟାମ ଭଞ୍ଜ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। +୩ ର ଅଧ୍ୟକ୍ଷ ଶରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଏହି ସଭାରେ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.