ବ୍ୟାସନଗର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବ୍ୟାସନଗର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ | ବ୍ୟାସନଗର ମହାବିଦ୍ୟାଳୟ ୧୯୮୯ ବ୍ୟାଚ ପୁରାତନ ଛାତ୍ରଛାତ୍ରୀ ଙ୍କର ଦ୍ୱିତୀୟ ବାର୍ଷିକ ବନ୍ଧୁମିଳନ ଉତ୍ସବ ରବିବାର ଦିନ ବ୍ୟାସସରୋବର ଠାରେ ଆନନ୍ଦ ଉଲ୍ଲାସ ର ସହିତ ଅନୁଷ୍ଠିତ ହୋଇଯାଇଅଛି |

ଏହି ଉପଲକ୍ଷେ ପ୍ରଥମେ ମହାବିଦ୍ୟାଳୟ ର ପ୍ରାକ୍ତନ ଇତିହାସ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ନିହାର ଜେନା ଙ୍କର ଏଇ ନିକଟ ଅତୀତରେ ପରଲୋକ ହୋଇଥିବାରୁ ତାଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ସମସ୍ତେ ଶୋକ ପ୍ରକଟ କରିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ |ପରେ ପରେ ବ୍ୟଙ୍ଗ କବି ତଥା ନାଟ୍ୟ ନିର୍ଦ୍ଦେଶକ ମନମୋହନ ଆଏଚ ଉତ୍ସବ ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ | ସମସ୍ତ ଙ୍କ ମନୋରଞ୍ଜନ ପାଇଁ ଅଚ୍ୟୁତାନନ୍ଦ ଜେନା ଙ୍କ ସଂଗୀତ ପରିବେଷଣ ସହିତ ବନମାଳୀ ବେହେରା ଙ୍କ ସଂଗୀତ ଓ କବିତା ଆବୃତ୍ତି ଉତ୍ସବ କୁ ସରସ ସୁନ୍ଦର କରିଥିଲା |

ଅଶୋକ ଚକ୍ର, ଚିନ୍ମୟ ମହାନ୍ତି,ଦେବଦତ୍ତ ସାମଲ, ତ୍ରିଲୋଚନ ନାୟକ, ନକୁଳ ଜେନା,ପ୍ରଦୀପ ସାମଲ,ତପନ ମଲ୍ଲିକ,ଅଭିରାମ ରାଉତ,ବିଜୟ ଭଦ୍ର,ବିଭୂ ପ୍ରସାଦ ସାମଲ,ଜୟନ୍ତ ଦାଶ,ତ୍ରିଲୋଚନ ମହାନ୍ତି,ପ୍ରଶାନ୍ତ ସାହୁ, ଅଶୋକ ଦାସ କଲ୍ୟାଣୀ ପରିଡା, ସୁନୀତା ମିଶ୍ର,ଦୀପ୍ତି ରେଖା ପ୍ରଧାନ,ଝରଣା ପୁହାଣ,ପଦ୍ମନାଭ ସାମଲ,ମନୋରଞ୍ଜନ ଦାସ, ଶରତ ବିଶ୍ୱାଳ, ଅଜିତ ଜେନା,ରମେଶ ସାମଲ ଓ କାହ୍ନୁ ଚରଣ ଦାସ,ନିଜ ନିଜର ବକ୍ତବ୍ୟ ରଖିବା ସହିତ ଅତୀତ ର ସ୍ମୃତି କୁ ମନେ ପକାଇଥିଲେ, ଆସନ୍ତା ବର୍ଷ ମାନଙ୍କରେ ଏହିପରି ବନ୍ଧୁମିଳନ ସହିତ ନିଜନିଜ କର୍ମ କ୍ଷେତ୍ର ରେ ସାମାଜିକ ସେବାକାର୍ଯ୍ୟ ରେ ନିଜକୁ ନିୟୋଜିତ କରିବା ପାଇଁ ଶପଥ ନେଇଥିଲେ l

Leave A Reply

Your email address will not be published.