ଭତ୍ତା ପ୍ରଦାନ ପାଇଁ କଳାକାରଙ୍କ ଆମରଣ ଅନଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭତ୍ତା ପ୍ରଦାନ ପାଇଁ କଳାକାରଙ୍କ ଆମରଣ ଅନଶନ | ଆବେଦନ କରିବା ପରେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା କଳାକାର ଆମରଣ ଅନଶନ କରିଛନ୍ତି।

ଏନେଇ ମଙ୍ଗଳବାର ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଭାବେ ପ୍ରତିବାଦ ଜଣାଇଛନ୍ତି। କଳାକାର ମାନେ ନିଜ କଳା ପ୍ରଦର୍ଶନ ପୂର୍ବକ ଧାରଣା ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, କଳାକାର ଭତ୍ତା ପାଇବା ପାଇଁ ଗତ ୨୦୨୨ ମସିହାରେ ଆବଦେନ କରିଥିଲେ।

କିନ୍ତୁ ନୂତନ କଳାକାର ମାନଙ୍କୁ ଭତ୍ତା ପ୍ରଦାନ ପାଇଁ ତାଲିକା ପ୍ରକାଶ ପାଇଥିବା ବେଳେ ସେଥିରୁ ଉକ୍ତ କଳାକାର ମାନେ ବଞ୍ଚିତ ହୋଇଛନ୍ତି। ବହୁ ପୂର୍ବରୁ ନିଜ କଳା ପ୍ରଦର୍ଶନ କରି ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହାକୁ ନେଇ ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳର ପୂର୍ବତନ ସରପଞ୍ଚ ତଥା କଳାକାର ଶଶଧର ମହାପାତ୍ରଙ୍କ ନେତୃତ୍ୱରେ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.