ଗାଁ ଗାଁରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗାଁ ଗାଁ ରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା | ଆଜି କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଦାନ୍ତିଆମୁହାଁ ଠାରେ ଆରମ୍ଭ ହୋଇଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା |

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା ରେ ବାହାରି ଥିବା ବେଳେ ଏବେ ଗାଁ ଗହଳି ରେ ବି ଦେଖିବାକୁ ମିଳୁଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା | ଏହାକୁ ଭାରତ ଯୋଡ ନ୍ୟାୟ ଯାତ୍ରାର ଛୋଟ ଭାରସନବି କହି ପାରିବା |

ଯଦିଓ ଏହି ଯାତ୍ରା ରେ ଖୁବ କମ ଲୋକ ଯୋଡି ହୋଇଥିବାର ଦେଖିବାକୁ ମିଳିଛି ତଥାପି ଆଗାମୀ ଦିନରେ ଲୋକେ ବଢିବାର ଆଶା ରଖିଛନ୍ତି କଂଗ୍ରେସ କର୍ମୀ |  ତେବେ ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ କର୍ମୀଙ୍କ ଠାରୁ ପ୍ରତିକ୍ରିୟା ନେବାରୁ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଥିଲେ | ଶୁଣନ୍ତୁ କଣ କହୁଛନ୍ତି କଂଗ୍ରେସ କର୍ମୀ |

Leave A Reply

Your email address will not be published.