ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ଆଦର୍ଶ ବିଦ୍ୟାଳୟର ଗୃହ ପ୍ରବେଶ ଉତ୍ସବ ଓ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେଲେ ମନ୍ତ୍ରୀ l ରାଜ୍ୟରେ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ମାନର ଶିକ୍ଷା ପ୍ରଦାନ ନେଇ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ସହିତ ଶିକ୍ଷାଦାନ ଆରମ୍ଭ କରିଛନ୍ତି l ଏ ନେଇ ମହାକାଳପଡ଼ା ବ୍ଲକ ପେଟଛେଲା ପଂଚାୟତ ଆଡୋଇ ଠାରେ ଆଦର୍ଶ ବିଦ୍ୟାଳୟର ନିଜସ୍ୱ ଗୃହ ପ୍ରସ୍ତୁତି ଚାଲିଥିଲା ବେଳେ କେୟାରବାଙ୍କ ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଅସ୍ଥାୟୀ ଭାବେ ଶିକ୍ଷାଦାନ ଜାରିରହିଥିଲା l
ଶ୍ରେଣୀ ଗୃହ ଓ ଅଫିସ ଗୃହ କାର୍ଯ୍ୟ ସାରିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ବିଦ୍ୟାଳୟ ର ଅଧ୍ୟକ୍ଷ କୁ ପୂର୍ଣ୍ଣାଙ୍ଗ ଗୃହ ହସ୍ତାନ୍ତର କରିବା ପରେ ଶିକ୍ଷାଦାନ ନେଇ ମଙ୍ଗଳବାର ପ୍ରବେଶ ଉତ୍ସବ ଓ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ମଧ୍ୟ ଆଦର୍ଶ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଗୃହ ପ୍ରବେଶ ଉତ୍ସବ ଓ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଅନେକ ସୁଧାର ଆଣିଥିବା କହିଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ, ପେଟଛେଲା ସରପଞ୍ଚ ପ୍ରସନ୍ନ ବେହେରା, ରାମନଗର ସରପଞ୍ଚ ମିଲନ ଦେବନାଥ ଆଦି ମଞ୍ଚାରେ ଉପସ୍ଥିତ ଥଲେ l
ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ଯାନା , ମଣ୍ଡଳ ଶିକ୍ଷାଧିକାରୀ ତନ୍ମୟ ବେହେରା,ସହକାରୀ ଶିକ୍ଷାଧିକାରୀ ବିଚିତ୍ରା ନନ୍ଦ ସାମଲ ଓ ଅନ୍ୟ ସହଯୋଗୀ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ମଞ୍ଚାରେ ଉପସ୍ଥିତ ଥିଲେ l ବିଜ୍ଞାନ ମେଳାରେ 70ରୁ ଅଧିକ ପ୍ରକଳ୍ପ ସ୍ଥାନିତ ହୋଇଥିଲା, ତନ୍ନମଧ୍ୟରୁ ଜିଲ୍ଲାସ୍ତର ପାଇଁ 5ଗୋଟି ପ୍ରକଳ୍ପ. ମନୋନୀତ କରିଥିଲେ ବିଚାରପତି ମଣ୍ଡଳୀ l ସେହିପରି ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଫୁଲ ଓ ଚନ୍ଦନ ଲଗାଇ ସ୍ୱାଗତ କରିଛନ୍ତି l ସ୍ୱାଗତ ଛାତ୍ରୀ ମାନେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଜମ୍ବୁ ହାଇସ୍କୁଲ ଛାତ୍ର ଛାତ୍ରୀ ଜାତୀୟତା ବୋଧ ଖେଳ ପ୍ରଦର୍ଶନ କରିଥିଲେ ମଞ୍ଚାରେ l, ବିଶେଷ କରି ଦୁଇଟି କାର୍ଯ୍ୟକ୍ରମ କୁ ସୁସଂଯୋଜନା କରିଥିଲେ ଶିକ୍ଷକ ପ୍ରଦୀପ କୁମାର ରାଉତ, ଆଦିକନ୍ଦ ସାହୁ ଓ ରଘୁ ନାଥ ଦାସ l ମନ୍ତ୍ରୀ ଶ୍ରୀ ନାୟକ କୁନି ବୈଜ୍ଞାନିକ ଓ ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କର ଉତ୍ତରୋତ୍ତର କାମନା କରି ଅଭିଭାଷଣ କାଳରେ ବେଶ ଖୁସି ବ୍ୟକ୍ତ କରିଥିଲେ l