ରୁଷୀୟ ପର୍ଯ୍ୟଟକଙ୍କ ଡେଥ୍‌ ସସପେନ୍ସ: ରାୟଗଡ଼ାରେ କେମିତି ହେଲା ୨ ରୁଷ୍‌ ନାଗରିକଙ୍କ ମୃତ୍ୟୁ ?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରୁଷ ପର୍ଯ୍ୟଟକ ପାଭେଲ୍‌ ଆଣ୍ଟୋଭଙ୍କ ମୃତ୍ୟୁ ରହସ୍ୟର ତଦନ୍ତ ଭିତରେ ସାମନାକୁ ଆସିଲା ଡେଥ୍‌ ସ୍ପଟ୍‌ର ଚିତ୍ର । ହୋଟେଲ୍‌ ବାହାରେ ସେ ପଡ଼ିଥିବାର ଏହି ଦୃଶ୍ୟ । ଲୁହା ଓ ଇଟା ଖଣ୍ଡ ଉପରେ ପଡିଥିଲେ ପାଭେଲ୍‌ । ମୁହଁ ମାଡ଼ି ପଡିଥିଲେ । ଇଏ ହେଉଛି ଡେଥ୍‌ ସ୍ପଟ୍‌ । ଯେଉଁଠାରୁ ତାଙ୍କର ଶରୀର ଉଦ୍ଧାର ହୋଇଥିଲା । ସେଠାରେ ଥିଲେ ତାଙ୍କ ସହ ଓଡ଼ିଶା ଆସିଥିବା ସହଯୋଗୀ ରୁଷ୍‌ ନାଗରିକ ।

ଯାଞ୍ଚ ହେବ ଭିସେରା ରିପୋର୍ଟ । ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ଭିସେରା ରିପୋର୍ଟ ଯାଞ୍ଚ ପାଇଁ ପଠାଯିବ । ଭାଷାଗତ ସମସ୍ୟା ଥିବାରୁ ଅନୁବାଦକଙ୍କ ସହଯୋଗ ଲୋଡିିଛି କ୍ରାଇମବ୍ରାଞ୍ଚ । କେମିତି ଓ କେଉଁ ପରିସ୍ଥିତିରେ ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହେଲା ? ପୁଟିନଙ୍କ ସମାଲୋଚକ ପାଭେଲ୍‌ଙ୍କର ଓ଼ଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ୍ୟୁ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ପାଭେଲଙ୍କ ସହ ଆସିଥିବା ୨ ରୁଷ୍‌ ନାଗରିକ ତୁରୋଭ, ପାନାସେଙ୍କୋଙ୍କ ସମେତ ଦିଲ୍ଲୀରୁ ଆସିଥିବା ଗାଇଡ ଜିତେନ୍ଦ୍ର ସିଂଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଛି ।

ଗତକାଲି ଭୁବନେଶ୍ୱରରେ ୩ ଜଣଙ୍କୁ ବହୁ ସମୟ ଧରି ପଚରାଉଚରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପଚରାଉଚରା କରିଥିଲେ । କେବେ ଓଡ଼ିଶା ଆସିଥିଲେ ? କେଉଁ କେଉଁ ସ୍ଥାନ ବୁଲାବୁଲି କରିଛନ୍ତି ? ଓଡ଼ିଶାରେ ଆଉ କେଉଁ ସ୍ଥାନ ବୁଲିବାର ଯୋଜନା ଥିଲା ? କେଉଁ ପରିସ୍ଥିତିରେ ହୋଟେଲରେ ପାଭେଲଙ୍କର ମୃତ୍ୟୁ ହେଲା ? ପାଭେଲ୍‌ ଦୁର୍ଘଟଣାବଶତଃ ଖସି ପଡିଥିଲେ ନା ଆତ୍ମହତ୍ୟା କରିଥିଲେ ? ନା ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ? ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ସବୁ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ରୁଷ୍‌ର କୋଟିପତି ସାଂସଦ ପାଭେଲ ପୁଟିନଙ୍କ ସମାଲୋଚକ ଥିଲେ । ରୁଷର ଧନୀ ସାଂସଦଙ୍କ ଭିତରେ ସେ ଜଣେ । ରାୟଗଡ଼ାରେ ତାଙ୍କର ଏମିତି ଅସ୍ୱାଭାବିକ ମୃତ୍ୟୁକୁ ନେଇ ବିଶ୍ୱବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ..

Leave A Reply

Your email address will not be published.