ବର୍ଷ ଶେଷକୁ ରାଜ୍ୟ ରାଜନୀତି ପୁଣି ଥରେ ଚଳଚଞ୍ଚଳ: ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କନ୍ଧମାଳ ଓ ପୁରୀ ଲୋକସଭା ନିର୍ବାଚନଣ୍ଡଳୀର ଅନୁଷ୍ଠିତ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କନ୍ଧମାଳ ସଂସଦୀୟ କ୍ଷେତ୍ରର ତୁମୁଡ଼ିବନ୍ଧ ଓ ପୁରୀ ସଂସଦୀୟ କ୍ଷେତ୍ରର ବାଣପୁରରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି ନଡ୍ଡା । ତୁମୁଡ଼ିବନ୍ଧ ମିନି ଷ୍ଟାଡିୟମରେ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ଜଳେଶପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ମାଲ୍ୟାର୍ପଣ ଓ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ଛାତ୍ରୀ ନିବାସ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ପୁରୀ ଲୋକସଭା କ୍ଷେତ୍ରରେ ବାଣପୁର ପଲଟନ ପଡିଆରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା । ମା’ ଭଗବତୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସି ନଡ୍ଡା ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ । ଏଥର କଣ କହିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତାଉପରେ ନଜର ।

Leave A Reply

Your email address will not be published.