କେମିତି ହେଲା ଯୋଡ଼ା ପୌରାଞ୍ଚଳ ହସ୍ପିଟାଲର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ,ତଦନ୍ତ ଭିତରେ ବଢୁଛି ଡେଥ୍‌ ସସପେନ୍ସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେମିତି ହେଲା ଯୋଡ଼ା ପୌରାଞ୍ଚଳ ହସ୍ପିଟାଲର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ । ତଦନ୍ତ ଭିତରେ ବଢୁଛି ଡେଥ୍‌ ସସପେନ୍ସ । କିଛି ଦିନ ତଳେ ଶୁଭଶ୍ରୀ ଦେଇଥିବା ଏକ FIR ରହସ୍ୟ ବଢାଇଛି । ଡିସେମ୍ବର ୨୦ ତାରିଖରେ ଯୋଡା ଥାନାରେ ଏତଲା ଦେଇଥିଲେ ଶୁଭଶ୍ରୀ । ଜଣେ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କ ନାଁରେ ଏତଲା ଦେଇଥିଲେ । ଏଫଆଇଆର୍‌ରେ ଦର୍ଶାଇଥିଲେ, ସଂପୃକ୍ତ ଡାକ୍ତର ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ବିବାହ କରିବାକୁ ମନା କରିଥିଲେ ଡାକ୍ତର । ଯାହାକୁ ନେଇ ଶୁଭଶ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି କାରଣ ପାଇଁ ଜୀବନ ହାରିଲେ କି ଡାକ୍ତରାଣୀ ? ପ୍ରେମରେ ପ୍ରତାରଣା ପରେ ମାନସିକ ଚାପରେ ରହୁଥିଲେ କି ? ଏନେଇ ପୂର୍ବରୁ କାହାକୁ କିଛି କହିଥିଲେ କି ଶୁଭଶ୍ରୀ ? ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଶୁଭଶ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ । ସେପଟେ ସାମନାକୁ ଆସିଲା ଶୁଭଶ୍ରୀଙ୍କର ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଭିଡିଓ । ଯେଉଁଥିରେ ସାଙ୍ଗଙ୍କ ସହ ସେଲିବ୍ରେଟ୍‌ କରୁଛନ୍ତି ଶୁଭଶ୍ରୀ । ତାପରେ ଭଡ଼ାଘରକୁ ଯାଇଥିଲେ । ଗତକାଲି ରାତିରେ ବନ୍ଦ ଘର ଭିତରୁ ଉଦ୍ଧାର ହୋଇଥିଲା ମୃତଦେହ । କିଛି ଘଣ୍ଟା ପୂର୍ବରୁ ଜିରୋ ନାଇଟ୍‌ ସେଲିବ୍ରେଟ୍‌ କରିଥିବା ଶୁଭଶ୍ରୀଙ୍କର ଏମିତି କଣ ହେଲା ? କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।..

Leave A Reply

Your email address will not be published.