ସ୍କୁଲ ପିଲାଙ୍କ ବ୍ୟାଗ ଓଜନ କେତେ ରହିବ? ସରକାର ଆଣିଲେ ନିୟମ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସରକାରଙ୍କ ପକ୍ଷରୁ ପିଲାମାନଙ୍କ ସ୍କୁଲ ବ୍ୟାଙ୍ଗର ଓଜନକୁ ନେଇ କିଛି ପଦକ୍ଷେପ ନିଆଯାଇଥିଲା । ସରକାରୀ ସ୍କୁଲରେ କିପରି ମିଳିପାରିବ ଉତ୍ତମ ଶିକ୍ଷା ? ପିଲାମାନଙ୍କ ଶିକ୍ଷାରେ କିଭଳି ଆହୁରି ଆସିପାରିବ ଉନ୍ନତି ? ଶାରୀରିକ ଓ ମାନସିକ ସ୍ତରରେ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଭାବେ କିପରି ପାଠ ପଢ଼ିପାରିବେ ସେନେଇ ସରକାରଙ୍କ ପକ୍ଷରୁ ପୂର୍ବରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ସେମାନଙ୍କ ସ୍କୁଲ ବ୍ୟାଗ୍‌ର ଓଜନ କେତେ ରହିବ, ସେ ନେଇ ନିୟମ ଆଣିଛନ୍ତି କର୍ଣ୍ଣାଟକ ସରକାର । ସରକାରଙ୍କ ପକ୍ଷରୁ ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । କର୍ଣ୍ଣାଟକର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ବୁଧବାର ଦିନ ୨୦୧୯ ସର୍କୁଲାରକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀଙ୍କୁ କହିଛି । ସର୍କୁଲାର ଅନୁଯାୟୀ, ପିଲାମାନେ ସ୍କୁଲକୁ ନେଉଥିବା ବ୍ୟାଗର ଓଜନ ସେମାନଙ୍କ ଓଜନର ୧୫ ପ୍ରତିଶତରୁ ଅଧିକ ହେବା ଉଚିତ୍‌ ନୁହେଁ। ନିର୍ଦ୍ଦେଶ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନେ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ ଦେଢ଼ କେଜିରୁ ୨କେଜି ଭିତରେ ରହିବା ଆବଶ୍ୟକ ।

ସେହିପରି ୩ରୁ ୫ ଶ୍ରେଣୀର ପିଲାମାନଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ୨ରୁ ୩ କେଜି ଭିତରେ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩ରୁ ୪ କେ.ଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ । ଶେଷରେ ନବମ ଓ ଦଶମ ପିଲାଙ୍କ ପାଇଁ ମଧ୍ୟ ସରକାର ଏହି ନିୟମ ଅନୁସାରେ ୪ରୁ-୫କିଲୋର ବ୍ୟାଗ୍‌ ସ୍କୁଲକୁ ଆଣିପାରିବେ ବୋଲି କୁହାଯାଇଛି । ଖାଲି ଏତିକି ନୁହେଁ, ଏହି ନିର୍ଦ୍ଦେଶାବଳୀରେ ଆହୁରି କୁହାଇଛି ଯେ, ସପ୍ତାହରେ ଗୋଟିଏ ଦିନ ‘ସ୍କୁଲରେ ନୋ ବ୍ୟାଗ୍‌ ଡେ’ ପାଳନ କରାଯିବ । ବିଶେଷ କରି ଶନିବାର ଦିନ ଏହି ଦିବସ ସ୍କୁଲରେ ପାଳନ କରାଯିବ ବୋଲି କୁହାଯାଇଛି ।

ଡ. ଭି.ପି ନିରଞ୍ଜନରାଧ୍ୟ କମିଟି ଦେଇଥିବା ସୁପାରିଶକୁ ଆଧାର କରି ଏହି ନିର୍ଦ୍ଦେଶ ଜାରି କରାଯାଇଛି । ସ୍କୁଲ ବ୍ୟାଗ ଓଜନ ହେତୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ଦିଆଯାଇଛି । କିଛି ବର୍ଷ ପୂର୍ବରୁ ଏହି ନିୟମକୁ ଲାଗୁ କରାଯିବା ନେଇ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ପରେ ପରେ ୨୦୧୮-୧୯ରେ ଏହାର ଅନ୍ତିମ ରିପୋର୍ଟ ଦାଖଲ ହେବା ସହ ଏହାକୁ ନେଇ ବିଚାର କରାଯାଇଥିଲା ।

Leave A Reply

Your email address will not be published.