ୱାନସାଇଡ ଲଭରେ କେମିତି ହେବେ ସଫଳ ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କୁହାଯାଏ ପ୍ରେମ ସତ୍ୟ, ଶାଶ୍ୱତ ଓ ଚିରନ୍ତନ । ଯିଏ ଯାହାକୁ ପ୍ରେମ କରେ ଏହା ତା ଜୀବନର ଏକ ସୁନ୍ଦର ଅନୁଭବ ହୋଇଥାଏ । କେତେବେଳେ ଯୁବପିଢି ପ୍ରେମରେ ପଡିଯାଆନ୍ତି, ସେମାନେ ଜାଣିପାରନ୍ତି ନାହିଁ । ମାତ୍ର ଯଦି ଆପଣ ୱାନସାଇଡ୍ ଲଭ କରୁଛନ୍ତି ତେବେ ସତର୍କ ରହିବା ଆବଶ୍ୟକ । କାରଣ ଏଥିରେ ନିରାଶ ହେବାର ସମ୍ଭାବନା ଅଧିକ ଥାଏ । ଯେଉଁ କାରଣରୁ ଆପଣ ଭାଙ୍ଗିପଡିପାରନ୍ତି ଓ ଏହା ଆପଣଙ୍କ ଜୀବନ ପ୍ରତି ଅଧିକ ବିପଦଜ୍ଜନକ ହୋଇପାରେ । ତେଣୁ କିଛି କଥା ଉପରେ ଧ୍ୟାନ ରଖିବା ଉଚିତ୍ ।

-ପ୍ରଥମଥଃ ଯଦି କାହାକୁ ଏକତରଫା ପ୍ରେମ କରୁଛନ୍ତି ଏବଂ ପ୍ରକାଶ କରିବା ମାତ୍ରେ ଯଦି  ପାର୍ଟନର କହୁଛନ୍ତି ଆମେ ଭଲ ବନ୍ଧୁ ବୋଲି, ତେବେ ଏଥିରୁ ବୁଝି ଯାଆନ୍ତୁ ଯେ ସେ ତୁମକୁ ଭଲ ପାଉନାହାଁନ୍ତି । ଏହି କ୍ଷେତ୍ରରେ ଆପଣ ତାଙ୍କ କଥାକୁ ସମ୍ମତି ଦେଇ ତାଙ୍କ ସହିତ ବନ୍ଧୁତାକୁ ଆଗେଇ ନିଅନ୍ତୁ । ଭବିଷ୍ୟତରେ ଏହା ପ୍ରେମର ରୂପ ନେବାରେ ଅଧିକ ସମ୍ଭାବନା ଥାଏ ।

– ଯେତେବେଳେ ପାର୍ଟନର ସହ କଥାବା ର୍ା କରିବାକୁ ଚେଷ୍ଠା କରି ମଧ୍ୟ କୌଣସି ପ୍ରତିକ୍ରିୟା ମିଳୁନାହିଁ । ସେଠାରେ ଆପଣ ରହିଯିବା ଉଚିତ୍ । ବାରମ୍ବାର ଚେଷ୍ଠା କରି ତାଙ୍କୁ ଚିଡାନ୍ତୁ ନାହିଁ । ଆପଣ ଚାହିଁଲେ ଆପଣଙ୍କ ମନ କଥା ହ୍ୱାର୍ଟସଆପ ସ୍ଟାଟସ୍ରେ ମଧ୍ୟ ଦେଇପାରିବେ ।

-ପାର୍ଟନର ବନ୍ଧୁ ଭାବି ଯାହା କହିବେ, ତାଙ୍କ କଥା ଓ ପସନ୍ଦ ଅନୁସାରେ କର୍ଯ୍ୟ କରନ୍ତୁ । କେବେ ତାଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ । ଏସବୁ ଦିଗ ଉପରେ ଧ୍ୟାନ ରଖିଲେ ଭବିଷ୍ୟତରେ ଆପଣଙ୍କ ଏକତରଫା ପ୍ରେମ ଦୁଇତରଫା ହେବାର ସମ୍ଭାବନା ଅଧିକ ଥାଏ ।

Leave A Reply

Your email address will not be published.