୧୫ଟି ବଗିକୁ ଛାଡ଼ି ଚାଲିଗଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ ଇଞ୍ଜିନ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୧୫ଟି ବଗିକୁ ଛାଡ଼ି ଚାଲିଗଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ ଇଞ୍ଜିନ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଟ୍ରେନ୍‌ଟି ହାୱଡାରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଓଡିଶା ସୀମା ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସିନି ଷ୍ଟେସନ ଏଭଳି ଦୁର୍ଘଟଣା ଘଟିଥିଲା । ମିଳିଥିବା ସୂଚନା ଅନୁସାରେ, ଯାନ୍ତ୍ରୀକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଛି। ଟ୍ରେନ୍‌ଟି କପ୍‌ଲିଂଗ କାଟି ଦେଇ ୧୫ ବଗିକୁ ପଛରେ ଛାଡ଼ି ଦେଇ ମାତ୍ର ୩ ଟି ବଗିକୁ ଧରି ଆଗକୁ ପଳାଇଥିଲା । ଇଞ୍ଜିନ୍‌ଟି ପ୍ରାୟ ୫୦୦ ମିଟର ଦୂରକୁ ଗଡିଯିବା ପରେ ଅଟକିଥିଲା । ଟ୍ରେନ୍‌ଟି ଖଡଗପୁର ଛାଡ଼ିବା ପରେ ପ୍ରାୟ ରାତି ରାତି ୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ତେବେ ଏତେବଡ଼ ଦୁର୍ଘଟଣା ଘଟିଯାଇଥିଲେ ବି ଯାତ୍ରୀମାନେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଘଟଣା ପରେ ଅଫ୍ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।  ଟ୍ରାକ୍ କ୍ଲିୟର ହୋଇନଥିବାରୁ ଅନେକ ଟ୍ରେନ୍ ବିଳମ୍ବରେ ଚାଲିଥିଲା । ଘଟଣା ଘଟିବାର ଦୀର୍ଘ ୭ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ତେବେ ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସରେ ଏଭଳି ଘଟଣା କାହିଁକି ଘଟିଲା। କେଉଁଠି ଯାତ୍ରୀଙ୍କୁ ତ୍ରୁଟି ରହିଲା ସେ ନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.