ଦଶମ ପରି ନବମ ଶ୍ରେଣୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି ଅନେକ ପିଲା, ଚିନ୍ତାରେ ଗଣଶିକ୍ଷା ବିଭାଗ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଗଣଶିକ୍ଷା ବିଭାଗକୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା।ଚଳିତ ବର୍ଷ ନବମରେ ୫ ଲକ୍ଷ ୬୬ ହଜାର ୨୬୯ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଏନରୋଲଡ଼ କରିଥିବା ବେଳେ ୫ ଲକ୍ଷ ୫୧ ହଜାର ୩୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ କଣ ପାଇଁ ଅନୁପସ୍ଥିତ ରହିଲେ ତାକୁ ନେଇ ସନ୍ଦେହ ଘେରରେ  ଶିକ୍ଷା ବିଭାଗ । ଏହାପୂର୍ବରୁ ଦଶମରେ ୪୩ ହଜାରରୁ ଅଧିକ ମାଟ୍ରିକ ପରୀକ୍ଷାର୍ଥୀ ଉଭାନ ହୋଇଯିବାକୁ ନେଇ ବିବାଦରେ ଅଛନ୍ତି ବୋର୍ଡ କର୍ତ୍ତୃପକ୍ଷ। କାହିଁକି ଏତେ ସଂଖ୍ୟକ ପିଲା  ନାମ ପଞ୍ଜୀକରଣ ସତ୍ତ୍ବେ ପରୀକ୍ଷା ଦେଲେନାହିଁ ତାହା ବଡ ପ୍ରଶ୍ନବାଚୀ ହୋଇ ରହିଛି । ଏ ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ ମଧ୍ୟ ଚୁପ୍ । 

 

ନବମ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ପ୍ରସଙ୍ଗକୁ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି, ରିପୋର୍ଟ ଆସିଲେ ବିଭାଗ ତର୍ଜମା କରିବ। ଡ୍ରପଆଉଟ୍ ପିଲାମାନଙ୍କୁ ସ୍କୁଲକୁ ଫେରାଇ  ଆଣିବାକୁ ପ୍ରୟାସ କରାଯିବ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆବଶ୍ୟକ ଠାରୁ କମ ରହିଲେ ବିଦ୍ୟାଳୟ ସମ୍ମିଶ୍ରଣ ତଥା ସରକାରୀ ସ୍ବୀକୃତି ବଜାୟ ରଖିଛି ହୋଇଛି କି ଚଞ୍ଚକତା ?  କେବଳ ବୋର୍ଡ଼ ନୁହେଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବ୍ଲକ ଶିକ୍ଷା ଅଧିକାରୀ ଏଥିପାଇଁ ଦାୟୀ ବୋଲି କହିଛନ୍ତି ବରିଷ୍ଠ ଶିକ୍ଷାବିତ । ତେବେ ଗଣଶିକ୍ଷା ମନ୍ତ୍ରୀ ମାନିଛନ୍ତି, ତର୍ଜମା ଚାଲିଛି ।

Leave A Reply

Your email address will not be published.