ଦଶମ ପରି ନବମ ଶ୍ରେଣୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି ଅନେକ ପିଲା, ଚିନ୍ତାରେ ଗଣଶିକ୍ଷା ବିଭାଗ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଗଣଶିକ୍ଷା ବିଭାଗକୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା।ଚଳିତ ବର୍ଷ ନବମରେ ଲକ୍ଷ ୬୬ ହଜାର ୨୬୯ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଏନରୋଲଡ଼ କରିଥିବା ବେଳେଲକ୍ଷ ୫୧ ହଜାର ୩୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ କଣ ପାଇଁ ଅନୁପସ୍ଥିତ ରହିଲେ ତାକୁ ନେଇ ସନ୍ଦେହ ଘେରରେ  ଶିକ୍ଷା ବିଭାଗ ଏହାପୂର୍ବରୁ ଦଶମରେ ୪୩ ହଜାରରୁ ଅଧିକ ମାଟ୍ରିକ ପରୀକ୍ଷାର୍ଥୀ ଉଭାନ ହୋଇଯିବାକୁ ନେଇ ବିବାଦରେ ଅଛନ୍ତି ବୋର୍ଡ କର୍ତ୍ତୃପକ୍ଷ। କାହିଁକି ଏତେ ସଂଖ୍ୟକ ପିଲା  ନାମ ପଞ୍ଜୀକରଣ ସତ୍ତ୍ବେ ପରୀକ୍ଷା ଦେଲେନାହିଁ ତାହା ବଡ ପ୍ରଶ୍ନବାଚୀ ହୋଇ ରହିଛି ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ ମଧ୍ୟ ଚୁପ୍  

 

ନବମ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ପ୍ରସଙ୍ଗକୁ ନେଇ ମହିଳା ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି, ରିପୋର୍ଟ ଆସିଲେ ବିଭାଗ ତର୍ଜମା କରିବ। ଡ୍ରପଆଉଟ୍ ପିଲାମାନଙ୍କୁ ସ୍କୁଲକୁ ଫେରାଇ  ଆଣିବାକୁ ପ୍ରୟାସ କରାଯିବ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆବଶ୍ୟକ ଠାରୁ କମ ରହିଲେ ବିଦ୍ୟାଳୟ ସମ୍ମିଶ୍ରଣ ତଥା ସରକାରୀ ସ୍ବୀକୃତି ବଜାୟ ରଖିଛି ହୋଇଛି କି ଚଞ୍ଚକତାକେବଳ ବୋର୍ଡ଼ ନୁହେଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବ୍ଲକ ଶିକ୍ଷା ଅଧିକାରୀ ଏଥିପାଇଁ ଦାୟୀ ବୋଲି କହିଛନ୍ତି ବରିଷ୍ଠ ଶିକ୍ଷାବିତ ତେବେ ଗଣଶିକ୍ଷା ମନ୍ତ୍ରୀ ମାନିଛନ୍ତି, ତର୍ଜମା ଚାଲିଛି

Leave A Reply

Your email address will not be published.