ଡିଭିଜନ ଅଫିସ ସମ୍ମୁଖରେ ବିଶାଳ ପ୍ରତିବାଦ ସମାବେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ଟାଟା ପାୱାର ଡିଭିଜନର ଜୁଲୁମ ଓ ଶୋଷଣ ବିରୁଦ୍ଧରେ ଉଠାଜଳସେଚନ ପ୍ରକଳ୍ପ ର ମାଲିକ ଓ ଚାଷୀ ମାନଙ୍କ ପକ୍ଷରୁ ଡିଭିଜନ ଅଫିସ ସମ୍ମୁଖରେ ବିଶାଳ ପ୍ରତିବାଦ ସମାବେଶ ।

ଉଠା ଜଳସେଚନ ପଏଣ୍ଟରେ ମିଟର ବସାଇବା ବନ୍ଦ କରିବା,ଯେଉଁ ଉଠା ଜଳସେଚନ ପଏଣ୍ଟରୁ ଲାଇନ୍ କଟା ଯାଇଛି ତାକୁ ପୁନଃ ସଂଯୋଗ କରିବା,ମିଟର ତଥା ଟ୍ରାନ୍ସଫରମର ଚାର୍ଜ ନେବା ବନ୍ଦ୍ କରିବା,ସମସ୍ତ ଗରିବ ଲୋକଙ୍କ ଘରକୁ ମାଗଣାରେ ବିଦ୍ୟୁତ ସଂଯୋଗ କରିବା ଇତ୍ୟାଦି ଦାବି ନେଇ ଜାମଶୂଳୀ ଛକ ଠାରୁ ବିରାଟ ଶୋଭାଯାତ୍ରାରେ ଆସି ନାରବାଜି କରିଥିଲେ ।

ଆସନ୍ତା ୨୬ ତାରିଖ ସୁଦ୍ଧା ସମସ୍ୟା ର ସମାଧାନ ନହେଲେ ଚାଷୀ ସମୁହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି।ତେବେ ଏହି ପ୍ରତିବାଦ ସଭା ରେ ସମାଜସେବୀ ଅଦ୍ଵୈତ ବାଗ ଏବଂ ସୁଶାନ୍ତ କୁମାର ସେଠୀ ଙ୍କ ସମେତ ବହୁ ନେତୃତ୍ବ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.