ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ସୁବର୍ଣ୍ଣପୁର ର ପ୍ରମୁଖ ଦେବୀପୀଠରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ସୁବର୍ଣ୍ଣପୁର ର ପ୍ରମୁଖ ଦେବୀପୀଠରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର l ପଶ୍ଚିମ ଓଡିଶା ବାର୍ତ୍ତା ( ସଚି କାନ୍ତ ସୁନା ) ଆସନ୍ତା ୨୭ ତାରିଖ ରେ ସମ୍ବଲପୁରରେ ଉଦଘାଟନ ହେବାକୁ ଥିବା ସମଲେଇ ପ୍ରକଳ୍ପ ପାଇଁ ଆଜି ସମ୍ବଲପୁର ର ମାଁ ସମଲେଇ ଙ୍କ ମନ୍ଦିର ରୁ ସୋନପୁର ର ଇଷ୍ଟଦେବୀ ମାଁ ସୁରେଶ୍ଵରୀ , ଓ ମାଁ ସମଲେଇ, ଲଙ୍କେଶ୍ଵରୀ, ଖମ୍ବେଶ୍ୱରୀ, ମେଟାକାନି ଓ ତେଲେଣ୍ଡl ର ରାମଚଣ୍ଡୀ ଙ୍କ ପାଖ କୁ ନିମନ୍ତ୍ରଣ ପହଞ୍ଚିଛି l

ସମଲେଇ ମନ୍ଦିର ର ଏହି ପ୍ରତିନିଧି ଦଳ ଙ୍କ ନଡ଼ିଆ ଗୁଆ କଳସ କୁ ମାଁ ସୁରେଶ୍ଵରୀ ଙ୍କ ମନ୍ଦିର ମୂଖ୍ୟ ଫlଟକ ଠାରେ ଜିଲ୍ଲା ପ୍ରଶାସନ ଓ ନାଗରିକ କମିଟି ପକ୍ଷରୁ ଉଚ୍ଛ୍ୱସିତ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ମାଁ ସୁରେଶ୍ଵରୀ ମନ୍ଦିର କୁ ସମଲେଇ ମାଁ ଙ୍କ ନିମନ୍ତ୍ରଣ ପହଞ୍ଚିଲା ପରେ ନାମ କୀର୍ତ୍ତନ ସହ ମହିଳା ମାନଙ୍କ ଦ୍ବାରା ଭବ୍ୟ ସ୍ବାଗତ କରଯାଇଥିଲା l ନିମନ୍ତ୍ରଣ ପୁର୍ବ ରୁ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ସୁରେଶ୍ଵରୀ ଙ୍କ ଠାରେ ପୂଜା ଅର୍ଚ୍ଚନା କରଯାଇଥିଲା l

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରୟଣ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଂଜନ ମିଶ୍ର, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ,ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ବୈକୁଣ୍ଠ ଶତପଥୀ ଓ ବହୁ ଭକ୍ତ , ବୁଦ୍ଧିଜୀବି , ସାମ୍ବାଦିକ ସାମିଲ ଥିଲେ l

Leave A Reply

Your email address will not be published.