ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ର ମାନବାଧିକାର କର୍ମୀ ସମାରୋହ ଅନୁଷ୍ଠିତ, ଯୋଗଦେଲେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ଦ୍ୱାରା ଆୟୋଜିତ ଓଡିଶା ମାନବାଧିକାର କର୍ମୀ ସମ୍ମେଳନ ଓ ସାଧାରଣ ସଭା ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧକ୍ଷ ତଥା ଜାତୀୟ ମାନବାଧିକାର କମିଶନ କୋର ଗ୍ରୁପ ସଦସ୍ୟ ମନୋଜ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବାରବାଟୀ କଟକ ବିଧାୟକ ଇଂ ମହମଦ ମୋକିମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବି ଜେ ପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଜାତୀୟ ପ୍ରେସ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତି, ପୂର୍ବତନ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାସ, ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ରାଜୀବ ପଟନାୟକ, ମନୀଷା ଦାସ ପଟନାୟକ, କଳ୍ପତରୁ ଖୁଣ୍ଟିଆ ଆଦି ଉପସ୍ଥିତ ଥିଲେ l
ସାରା ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ପ୍ରାୟ ପାଞ୍ଚ ଶହ ମାନବାଧିକାର କର୍ମୀ ଯୋଗ ଦେଇଥିଲେ l ଭାରତର ସମ୍ବିଧାନର ସମସ୍ତ ଧାରା ପରେ ମଧ୍ୟ ଦେଶରେ ରହୁଥିବା ସମସ୍ତ ବ୍ୟକ୍ତି ସମ୍ମାନ ର ସହ ବଂଚିବା ତାର ମାନବିକ ଅଧିକାର ବୋଲି ନିମନ୍ତ୍ରିତ ମାନ୍ୟଗଣ୍ୟ ଅତିଥି ବକ୍ତବ୍ୟ ପ୍ରଦାନ ସହ କୌଣସି ବ୍ୟକ୍ତିର ମାନବାଧିକାର କ୍ଷୁର୍ଣ ନହେବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଚେଷ୍ଟା କରିବାକୁ ନିବେଦନ କରିଥିଲେ l ଏପରିକି ନିଶ୍ୱାସ ପ୍ରଶ୍ୱାସ ପାଇଁ ବିଶୁଦ୍ଧ ଅମ୍ଳଜାନ ପାଇବା ମଧ୍ୟ ପ୍ରତ୍ୟେକ ମାନବର ମାନବିକ ଅଧିକାର l ମାନବାଧିକାର ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ର ବିଭିନ୍ନ ଜିଲ୍ଲାରୁ ଆସିଥିବା ମାନବାଧିକାର କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l