ୟୁନିଟ୍ ୬ ବିଦ୍ୟାଳୟରେ ଖେଳ ପଡିଆରେ ବେଆଇନ ଭାବେ ଅସ୍ଥାୟୀ ଟଏଲେଟ ତିଅଆରି କିରିଛି ଏଲ ଆଣ୍ଡ ଟି କମ୍ପାନୀ, ବିରୋଧ କଲା ଅଭିଭାବକ ମହାସଂଘ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀ ମଧ୍ୟରେ ଥିବା ୟୁନିଟ୍ ୬ ସରକାରୀ ଡାକ୍ତରଖାନାରେ ଏଲ ଆଣ୍ଡ ଟି କମ୍ପାନୀ ନିର୍ମାଣ କାର୍ଯ୍ୟ ଚଳାଇଛି । କମ୍ପାନୀ ୟୁନିଟ-୬ ବିଦ୍ୟାଳୟରେ ଖେଳ ପଡିଆରେ ଅସ୍ଥାୟୀ ଭାବେ କିଛି ସାମଗ୍ରୀ ରଖିବ ବୋଲି ସରକାରଙ୍କଠାରୁ ଅନୁମତି ଆଣିଥିଲା । ସରକାରଙ୍କଠାରୁ ଅନୁମତି ଆଣିବାପରେ ଅସ୍ଥାୟୀ ପାଚେରୀ ନିର୍ମାଣ କରି ୩୦ ଗୋଟି ଶୌଚାଳୟ ଗୃହ ତିଆରି କରିଛି । କମ୍ପାନୀ ବିରୋଧରେ ବିଦ୍ୟାଳୟ ଅଭିବାବକ ପରିଚାଳନା କମିଟି ସଭାପତି ଯମୁନା ପ୍ରଧାନ ୩ ମାସ ପୂର୍ବରୁ କାର୍ଯ୍ୟ ବନ୍ଦ ପାଇଁ ମାନ୍ୟବର ହାଇକୋର୍ଟର ଆଶ୍ରୟ ନେଇଥିଲେ । ହାଇକୋର୍ଟ ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଲଗାଇଛନ୍ତି କିନ୍ତୁ ଏଲ୍ ଆଣ୍ଡ ଟି କମ୍ପାନୀ  ନ୍ୟାୟଳୟ ନିର୍ଦ୍ଦେଶକୁ ବେଖାତିର କରି ଉକ୍ତ ସ୍ଥାନରେ
ନିର୍ମାଣ କାର୍ଯ୍ୟ ଚଲାଇଛନ୍ତି । ଏଲ୍ ଆଣ୍ଡ ଟି ସ୍କୁଲର ଯେଉଁ ଜାଗାରେ ନିର୍ମାଣ କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ବେନିୟମ ଅଟେ କାରଣ ସେମାନଙ୍କୁ ସେହି ଜାଗାରେ କାର୍ଯ୍ୟ କରିବା ପାଇଁ ଅନୁମତି ମିଳିନାହିଁ । ଏଲ ଆଣ୍ଟ ଟିର ଏହି ବେନିୟମ କାର୍ଯ୍ୟ ବିରୁଦ୍ଧରେ ସ୍ଥାନୀୟ କ୍ୟାପିଟାଲ ଥାନାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ହାଇକୋର୍ଟ ନିର୍ଦ୍ଦେଶକୁ ପ୍ରଶାସନର ସମସ୍ତ ଅଫିସକୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଆଜି ଓଡିଶା ଅଭିଭାବକ ସଂଘ, ୟୁନିଟ-୬ ଆଲୁମିନ୍ ଟ୍ରଷ୍ଟର ପୁରାତନ ସଭ୍ୟ ଓ ସଭ୍ୟ, ୟୁନିଟ୍ -୬ ହାଇସ୍କୁଲ ଅଭିଭାବକ ସଂଘ, ଆଥ୍‌ଲେଟିକ୍ ଆସୋସିଏସନ୍ ସହ ଅନେକ କ୍ଲବ, ସାମାଜିକ ଅନୁଷ୍ଠାନ ଓ ସାମାଜିକ କର୍ମୀ ଯୋଗ ଦେଇ ଏଲ୍ ଆଣ୍ଡ ଟି କମ୍ପାନୀର ଆଇନ୍ ବିରୋଧ ନିର୍ମାଣ କାର୍ଯ୍ୟ ପାଇଁ ଦୃଢ ପ୍ରତିବାଦ କରିଥିଲେ । ସ୍କୁଲ ଖେଳ ପଡିଆ ଖେଳପାଇଁ ଉଦ୍ଧିଷ୍ଟ, ଶୌଚାଳୟ ପାଇଁ ନୁହେଁ । ସରକାର ଖେଳ ଓ ଖେଳପଡିଆର ବିକାଶ କରନ୍ତୁ ବିନାଶ ନୁହେଁ ବୋଲି ୟୁନିଟ-୬ ଆଲମୁନି ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଦୁର୍ଗା ମହାପାତ୍ର ଅଭିଯୋଗ କରିଥିଲେ ।

Leave A Reply

Your email address will not be published.