ଆବାସ ଯୋଜନା ମହାଦୁର୍ନୀତିର ତଦନ୍ତ ମାସକ ଭିତରେ ନହେଲେ ବ୍ଲକ ସ୍ତରରେ ଆନ୍ଦୋଳନ କରିବ ବିଜେପି, ପ୍ରତିଟି ପକ୍କା ଘର ଓ୍ୱାର୍କ ଅର୍ଡର ପାଇଁ ୨୦ ରୁ ୨୫ ହଜାର ଚାନ୍ଦା ନେଉଛି ବିଜେଡ଼ି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସତ, ମିଛ କହି ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରଣା କରିବା ଶାସକ ବିଜୁ ଜନତା ଦଳର ଅଭ୍ୟାସରେ ପରିଣତ ହୋଇସାରିଛି । ନିଜ ମିଛ ଧରାପଡିବା ପରେ ଅନ୍ୟ ମୁଣ୍ଡରେ ଦୋଷ ଲଦି ଦେବାର କୈାଶଳ ବିଜେଡିକୁ ଭଲ ଭାବେ ଜଣାଅଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନଙ୍କୁ ପକ୍କା ଘରଟିଏ ଯୋଗାଇ ଦେବା ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ । ରାଜ୍ୟ ସରକାରଙ୍କ ଅଯୋଗ୍ୟପଣିଆ କାରଣରୁ ରାଜ୍ୟରେ ଲକ୍ଷ ଲକ୍ଷ ଗରୀବ ଲୋକ ପକ୍କା ଘର ପାଇବାରୁ ବଂଚିତ ଅଛନ୍ତି । ରାଜ୍ୟ ସରକାରଙ୍କ ଗରୀବ ବିରୋଧୀ ପ୍ରବୃତି କାରଣରୁ ୨୦୧୯ ପରଠାରୁ ଗରିବ ଲୋକର ମୁଣ୍ଡ ଉପରେ ଛାତ ରହିବାର ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ପୂରଣ ହୋଇପାରୁନାହିଁ ।

 

କେନ୍ଦ୍ର ସରକାର ୫ ଥର ଓ୍‌ôିଣ୍ଡୋô ଖୋଲିଲେ, ହେଲେ ରାଜ୍ୟ ସରକାର ସଠିକ୍ ତାଲିକା ଦେବାରେ ଅକ୍ଷମ ହେଲେ । ପକ୍କାଘର ପ୍ରସଙ୍ଗ ଉପରେ ଏ,ବି,ସି,ଡି ଜାଣିନଥିବା ଲୋକଙ୍କୁ ଲଗାଇ ବିଜେପି ଉପରେ ମିଥ୍ୟା ଆକ୍ଷେପ କରୁଛି ଶାସକ ବିଜେଡି । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା କାରଣରୁ ନିଜ ଅକ୍ଷମତା ଉପରେ ପରଦା ଘୋଡାଇବାକୁ ଗୋଟିଏ ପରେ ଗୋଟିଏ ନୂଆ ଡ୍ରାମା କରୁଛି ଶାସକ ବିଜେଡି । ବିଜେପି ଯେଉଁ ତଥ୍ୟ ଦେଇଛି ତାହା ଆଦୈା ମନଗଢା ନୁହେଁ; ବରଂ ବିଧାନସଭା, ବିଭାଗୀୟ ଉତର ଏବଂ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆଧାରିତ ଅଟେ । ବିଜେପିର ତଥ୍ୟ ଯଦି ଭୁଲ, ତାହେଲେ ରାଜ୍ୟ ସରକାର କେମିତି ଠିକ୍ ହେଲେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓଲଟା ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଅଯୋଗ୍ୟତା କାରଣରୁ ଦୀର୍ଘ ୩ ବର୍ଷ ଧରି ଗରୀବ ଲୋକଟି ପକ୍କା ଘର ପାଇଁ ଅପେକ୍ଷା କରି ବସିରହିଛି । କେନ୍ଦ୍ର ସରକାର ବାସହୀନଙ୍କ ପାଇଁ ବର୍ଷେ ହେଲା ୯ ଲକ୍ଷ ୫୯ ହଜାର ୫୦୦ ଘର ପଠାଇ ସାରିଥିବାବେଳେ ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଓ୍‌ôାର୍କ ଅର୍ଡର ଦେବାରେ ବିଫଳ ହୋଇଛନ୍ତି । ୨୦୧୯ରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ତାଲିକାରେ ଅନେକ ତୃଟି ଥିଲା । ଅଯୋଗ୍ୟ ତାଲିକାଭୁକ୍ତ ଥିଲେ ଏବଂ ଯୋଗ୍ୟ ତାଲିକାରୁ ବାଦ ପଡିଥିବା କଣ ମିଛ ? ରାଜ୍ୟ ସରକାର ଡ୍ରାମା ରଚି ଯେଉଁ ୩-୩ ଥର ସର୍ଭେ କରିଥିଲେ, ତାହା ବିଜେଡି ଦ୍ୱାରା ପ୍ରସ୍ତୁତ କରାଯାଉଥିଲା ନା ସରକାରୀ ଅଧିକାରୀମାନେ ପ୍ରସ୍ତୁତ କରୁଥିଲେ ? ନିର୍ବାଚନ ସମୟରେ “ଭୋଟ ନଦେଲେ ଘର ମିଳିବ ନାହିଁ’ ବୋଲି ଶାସକ ବିଜେଡି ଦ୍ୱାରା ପ୍ରଚାର କରାଯାଉନଥିଲା କି ? ୨୦୧୯ରେ ତାଲିକାଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ସଦ୍ୟ ପ୍ରକାଶିତ ତାଲିକାରୁ କାହିଁକି କାଟି ଦିଆଗଲା ? ବିଜେପି ସାଂସଦମାନେ କେନ୍ଦ୍ରରେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଆବଶ୍ୟକୀୟ ପକ୍କା ଘର ଯୋଗାଇ ଦେବା ପାଇଁ ଦାବୀ ଜଣାଇଲେ ।

ରାଜ୍ୟର ପଂଚାୟତରାଜ ମନ୍ତ୍ରୀ ଓ ସଚିବ ୬ ଲକ୍ଷ ଘର ଦେଲେ ହୋଇଯିବ ବୋଲି ମଧ୍ୟ କହିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଓ ଅନୁରୋଧ ପରେ ୯,୫୯,୫୦୦ ଘର ମିଳିଲା । ପ୍ରଥମ ପର୍ଯ୍ୟାୟରେ ମିଳିଥିବା ୧୭ ଲକ୍ଷ ପକ୍କାଘର ସମେତ ସର୍ବମୋଟ ଆବଶ୍ୟକୀୟ ୨୭ ଲକ୍ଷ ଘର ଯୋଗାଇ ଦେଲେ କେନ୍ଦ୍ର ସରକାର । ବିଳମ୍ବରେ ହେଲେ ମଧ୍ୟ ବର୍ତମାନ ପ୍ରଦାନ କରାଯାଉଥିବା ପ୍ରତିଟି ପକ୍କା ଘର ଓ୍‌ôାର୍କ ଅର୍ଡର ପାଇଁ ବିଜୁ ଜନତା ଦଳ ୨୦ ରୁ ୨୫ ହଜାର ଟଙ୍କା ଚାନ୍ଦା ଆଦାୟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଗରୀବ ବାସହୀନଙ୍କୁ ଭୁଆଁ ବୁଲାଇବା ପାଇଁ ରାଜ୍ୟ ସରକାର “ମୋ ଘର” ଯୋଜନାର ଆରମ୍ଭ କରିଛନ୍ତି, ଯାହାକି ପର ଘର ତିଅଣରେ ଅତିଥି ସତ୍କାର ସଦୃଶ । ଘର ଡିହ ବନ୍ଧା ପକାଇ ଗରୀବ ଲୋକଟି ବ୍ୟାଂକରୁ ଋଣ ନେବ ଏବଂ କିସ୍ତି ଆଧାରରେ ଋଣ ପ୍ରତିଶୋଧ କରିବ । ଏଥିରେ ରାଜ୍ୟ ସରକାରଙ୍କ ଭୁମିକା କଣ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

୨୦୧୬ ମସିହାରୁ ବର୍ତମାନ ଯାଏଁ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ଏବଂ ଏହି ଦୁର୍ନୀତିରେ ଶାସକ ଦଳର ମନ୍ତ୍ରୀ, ନେତା ଓ ବଡ ବଡ ଅଫିସର ମଧ୍ୟ ସାମିଲ ଅଛନ୍ତି । ରାଜ୍ୟ ସରକାର କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ନାହିଁ । ଗୟାପ୍ରସାଦ କମିଟିର ସୁପାରିଶ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିରେ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏଭଳି ମହାଦୁର୍ନୀତିର ତଦନ୍ତ ମୁଖ୍ୟମନ୍ତ୍ରୀ ସିବିଆଇ ଦ୍ୱାରା କରାନ୍ତୁ ।

ବିଜେଡିର ହୀନ ରାଜନୀତି କାରଣରୁ ପକ୍କା ଘର ପାଇବାରୁ ବଂଚିତ ହୋଇଥିବା ଲୋକଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଦିଅନ୍ତୁ ରାଜ୍ୟ ସରକାର । ଚଂଚକତା କରି ନିଜକୁ ଘଂଟ ଘୋଡାଇବା ପାଇଁ ବିଜେଡି ଚେଷ୍ଟା କଲେ, ତାହା ଆଦୈା ବରଦାସ୍ତ କରାଯିବ ନାହିଁ । ମାସକ ଭିତରେ ଏହା କରାନଗଲେ ଯୋଗ୍ୟ ବଂଚିତ ହିତାଧିକାରୀଙ୍କୁ ନେଇ ବିଜେପି ବ୍ଲକ ସ୍ତରରେ ଆନ୍ଦୋଳନ କରିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.