ବିବାହ କଲେ ସୁସ୍ଥ ରହିବ ଶରୀର, ମାନସିକ ରୋଗରୁ ମିଳିବ ମୁକ୍ତି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବର୍ତ୍ତମାନ ସମୟରେ ଅନେକ ଯୁବକ ବିବାହ କରିବାକୁ ପସନ୍ଦ କରୁନାହାନ୍ତି। ଏହା ପଛରେ ଅନେକ କରାଣ ରହିଛି। ହେଲେ ଉପଯୁକ୍ତ ବୟସରେ ବିବାହ କରିବା ପାଇଁ ଅନେକ ଡାକ୍ତରଙ୍କ ସମେତ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ହେଲେ ଆପଣ ଜାଣିଛନ୍ତି କି ବିବାହ କରିବା ଦ୍ୱାରା ଆପଣଙ୍କ ହୃଦୟ ସୁସ୍ଥ ରଖିବା ସହ ମାନସିକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

ବୈଜ୍ଞାନିକମାନେ କହିଛନ୍ତି ଯେ ବିବାହ କରିବା ଦ୍ୱାରା ଖାସ କରି ପୁରୁଷଙ୍କ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପୁରୁଷଙ୍କ ହୃଦଘାତ ଭଳି ବିପଦରୁ ମଧ୍ୟ ମୁକ୍ତି ମିଳିଥାଏ। ଗବେଷକମାନେ କହିଛନ୍ତି ଯେ ଯେଉଁ ପୁରୁଷ ବିବାହ କରିନାହାନ୍ତି ସେମାନଙ୍କର କୌଣସି ରୋଗରେ ମୃତ୍ୟୁ, ଅନ୍ୟ ବିବାହିତ ପୁରୁଷଙ୍କ ତୁଳନାରେ ଦୁଇ ଗୁଣା ଅଧିକ ରହିଛି। ଗବେଷକମାନେ ୯୪ ଜଣ ଆମେରିକୀୟଙ୍କ ସୁସ୍ଥ ହାରକୁ ଗବେଷଣା କରିଥିଲେ। ଏହି ଲୋକଙ୍କ ମଧ୍ୟରେ ଗତ ୧୦ ବର୍ଷ ଧରି ହୃଦୟ ସହ ଜଡ଼ିତ ରୋଗ ଥିବା ଜଣାପଡ଼ିଥିଲା।

ଏନେଇ କୋଲୋରାଡୋ ୟୁନିଭର୍ସିଟିର ଡା.କୈଟରିନା ଲେୟବା କହିଛନ୍ତି, କୌଣସି ବ୍ୟକ୍ତିଙ୍କ ରିଲେସନଶିପ ଷ୍ଟାଟସ ଏବଂ ସେମାନଙ୍କର ସୁସ୍ଥ ହେବା ମଧ୍ୟରେ ଏକ ଲିଙ୍କ ରହିଥାଏ। ଗତ ଗବେଷଣାରୁ ଏହା ଦେଖିବାକୁ ମିଳିଥିଲା ଯେ ବିବାହ କରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସୁସ୍ଥ ହାର ଅଧିକ ରହିଥିଲା। ଦୀର୍ଘ ଜୀବନ ଆଡ଼ୁକୁ ବିବାହତ ଲୋକକଙ୍କୁ ନେଇଯାଇଥାଏ। ବିଶେଷ ଭାବେ ପୁରୁଷଙ୍କ ଲାଇଫପାର୍ଟନର ରହିବା ଦ୍ୱାରା କେବଳ ଏକଲାପଣ ଦୂର ହୋଇ ନଥାଏ, ମାନସିକ ଅସୁସ୍ଥତା ସହ ଜଡ଼ିତ ସମସ୍ୟାକୁ ମଧ୍ୟ କମ କରିଥାଏ। ଏହା ସହ ଉଚ୍ଚ ରକ୍ତଚାପ, ହୃଦଘାତ ଏବଂ କର୍କଟ ଭଳି ବିପଦଜନକ ରୋଗ ହେବାର ଆଶଙ୍କା କମ ରହିଥାଏ।

Leave A Reply

Your email address will not be published.